ମା ଦଣ୍ଡକାଳୀଙ୍କ ୧୩ ଦଣ୍ଡ ମହାମେଳଣ
ଗଣିଆ (ମଣିଭଦ୍ରା ଖବର) ଚୈତ୍ର ମାସରେ ଦଣ୍ଡ ଯାତ୍ରା । ଉପାସନାର ମହାପର୍ବ ଭାବେ ବେଶ୍ ଜଣାଶୁଣା । ଏହି ଯାତ୍ରା କେଉଁଠି ୭ ଦିନିଆ ପାଳିତ ହୁଏ ତ ଆଉ କେଉଁଠାରେ ୨୧ ଦିନିଆ । ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଗାଁ ଗାଁରେ ଝୁଣା ବାସ୍ନାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ । ତେବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ କଲେଜ ରୋଡ଼ ସ୍ଥିତ ବିନ୍ଧ୍ୟଗିରୀ ବାସଭବନରେ ଆସନ୍ତା ୯ ତାରିଖ ଦିନ ମା ଦଣ୍ଡକାଳୀଙ୍କ ୧୩ ଦଣ୍ଡ ମହାମେଳଣ ଅନୁଷ୍ଠିତ ହେବ । ଏହି ମେଳଣରେ ଗଣିଆ ବ୍ଳକର ଜଗନ୍ନାଥ ପ୍ରସାଦ,କରଡାପଡା,ନଅ ମୈଜା,ଗଣିଆ, କିଶୋର ପ୍ରସାଦ,ବିଜୟନଗର,ବେଲପଡାପାଟଣା, ଓ୍ବାଲିପୁର,ରାସଙ୍ଗ, ଡଙ୍କାରିସାହି,ରାଜିଙ୍ଗି, ଛାମୁଣ୍ଡିଆ, ବଡମୂଳ ଆଦି ୧୩ ଶମ୍ଭୁ ମହାମେଳଣ ଅନୁଷ୍ଠିତ ହେବ । ସ୍ଥାନୀୟ ରଘୁନାଥ ଜୀଉ ମନ୍ଦିର ଠାରୁ ବିରାଟ ପଟୁଆରରେ ଠାକୁରଙ୍କୁ ମେଳଣ ସ୍ଥାନକୁ ଅଣାଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମେଳଣରେ ଭକ୍ତ ମାନଙ୍କ ପାଇଁ ସନ୍ଧ୍ୟା ସମୟରେ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିବା ଜଣାପଡ଼ିଛି । ରାତ୍ର ୧୦ ଘଟିକା ଠାରୁ ବିଭିନ୍ନ ସୁଆଙ୍ଗରେ ଦଣ୍ଡ ନୃତ୍ୟ ପରିବେଷଣ କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ବିଭୁକୃପା ଲାଭ କରିବାକୁ ଶ୍ରୀ ସ୍ବାଇଁ ନିବେଦନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق