ଦଶପଲ୍ଲାର ଜନପ୍ରିୟ ଜନପ୍ରତିନିଧି ରମେଶ ଚନ୍ଦ୍ର ବେହେରା,କିମ୍ସ ହସ୍ପିଟାଲରେ ଅସୁସ୍ଥଙ୍କୁ ଭେଟିଲେ
ଭୁବନେଶ୍ଵର (ମଣିଭଦ୍ରା ଖବର ବ୍ୟୁରୋ) ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଜୟ ଲାଭ କରି ରେକର୍ଡ ସୃଷ୍ଟି କରିଥିବା ଦଶପଲ୍ଲା ମାଟିର ପୁଅ ବିଧାୟକ ରମେଶ ଚନ୍ଦ୍ର ବେହେରା । ଗତ ନିର୍ବାଚନରେ ତାଙ୍କ ଦଳ ସରକାରରେ ଥିବା ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପ୍ରତି ଯେଉଁ ଭଳି ନିଷ୍ଠା,ଉଦ୍ୟମ ଏବଂ ସହଯୋଗ ରହିଥିଲା ଚଳିତ ନିର୍ବାଚନରେ ବିରୋଧି ଆସନରେ ଥାଇ ମଧ୍ୟ ନିର୍ବାଚନ ମଣ୍ଡଳୀ ପ୍ରତି ତାଙ୍କର ରହିଛି ଅହେତୁକ ଅନୁକମ୍ପା ଏବଂ ସମର୍ଥନ । ଜାନି ଯାତ୍ରା ଠାରୁ ଆରମ୍ଭ କରି ସଭା ସମିତି ତଥା ଘରୋଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସେ ଉପସ୍ଥିତ ରହି ଜନସାଧାରଣଙ୍କୁ ଉତ୍ସାହିତ କରୁଛନ୍ତି । କହିବାକୁ ଗଲେ ଏବେ ବି ମଳିନ ପଡିନି ବିଧାୟକଙ୍କ କାର୍ଯ୍ୟଧାରାରେ । ବିଭିନ୍ନ ସମୟରେ ସେ ଲୋକଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢାଉଥିବା ଦେଖିବାକୁ ମିଳିଛି । ଗତକାଲି କିମ୍ସ ହସ୍ପିଟାଲରେ ପହଞ୍ଚିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା | ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଭୋଗବାଡ଼ି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନିର୍ମଳା ସାହୁଙ୍କ ପତି ବରିଷ୍ଠ ଓକିଲ ତଥା ସମାଜସେବୀ ବିରଞ୍ଚି ନାରାୟଣ ସାହୁ ସଡ଼କ ଦୁର୍ଘଟଣାରେ ଆଘାତ ହୋଇ କିମ୍ସ ହସ୍ପିଟାଲ ଭୁବନେଶ୍ୱର ଠାରେ ଚିକିତ୍ସା ଧୀନ ଅଛନ୍ତି । ଏହି ଅବସରରେ ତାଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସଙ୍ଗେ ସଙ୍ଗେ ଆଶୁ ଆରୋଗ୍ୟ କାମନା କରିଥିଲ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା | ସମସ୍ତଙ୍କ ସୁଖଦୁଃଖରେ ସବୁବେଳେ ଠିଆ ହେଉଥିବାରୁ ଦଶପଲ୍ଲାରେ ରମେଶଙ୍କୁ କୁହନ୍ତି ଜନପ୍ରିୟ ଜନ ପ୍ରତିନିଧି।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



Post a Comment