BREAKING
Loading...
:

ଖଣ୍ଡପଡ଼ାରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସମ୍ବର୍ଦ୍ଧନା

 ଖଣ୍ଡପଡ଼ାରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସମ୍ବର୍ଦ୍ଧନା 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଜାତୀୟ ଶିକ୍ଷା ନିତି ଆଧାରରେ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରାଯିବା ସହ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏପ୍ରିଲ ୨ ରୁ ରାଜ୍ୟ ର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା  ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ୩ ରୁ ୬ ବର୍ଷ ଙ୍କ ଆରମ୍ଭ ହେଉଛି ଶୈଶବ ଶିକ୍ଷା। ପିଲା ମାନଙ୍କୁ ଉତ୍ତମ, ସଂଗଠିତ, ଅନୁଭୂତି ମୂଳକ ଶିକ୍ଷା ପ୍ରଦାନ ଲକ୍ଷ୍ୟ। ଜାତୀୟ  ଶିକ୍ଷା ନିତି ଅନୁଯାୟୀ ଶିଶୁ ବାଟିକା କୁ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ ଶିଶୁ ର ବିକାଶ ନିମନ୍ତେ ସରକାର ଙ୍କ ପକ୍ଷରୁ ଏହି ଯୋଜନା। ଶୈଶବ ଶିକ୍ଷା ହେବ ସ୍ମରଣୀୟ। ପିଲା ମାନଙ୍କୁ ମିଳିବ ସର୍ବୋତ୍ତମ ଏବଂ ଗୁଣାତ୍ମକ ଶିକ୍ଷା।ନୂଆ କରି ପାଠ ଆରମ୍ଭ କରୁଥିବା ଛାତ୍ରଛାତ୍ରୀମାନଙ୍କ ମନରେ ଥିବା ପାଠପଢ଼ା ଆଗ୍ରହ ବଢାଇବା ପାଇଁ ଆସନ୍ତୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପିଲା ମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନରେ ସହାୟକ ହେବା ପାଇଁ ଏକ ସଚେତନତା ରଥ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ସମେତ ଗାଁ ଗାଁ ରେ ପ୍ରଚାର ପ୍ରସାର କରାଯାଉଛି। ସାଧାରଣ ରେ ସଚେତନତା ସୃଷ୍ଟି କରାଇବା ନିମନ୍ତେ ଖଣ୍ଡପଡ଼ା ବ୍ଲକ ପରିକ୍ରମା ଆରମ୍ଭ କରିଛି ଶିକ୍ଷା ସଚେତନତା ରଥ। ସରକାରି ଶିକ୍ଷା ଅନୁଷ୍ଠାନ ପ୍ରତି ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ସହ ଯେପରି ପ୍ରତ୍ୟେକ ପିଲା ବିଦ୍ୟାଳୟ କୁ ପାଠ ପଢ଼ିବା ପାଇଁଁ ଆସିବେ ସେଥିପାଇଁ ଅବିଭାବକ ମାନଙ୍କୁ ସଚେତନତା ରଥ ପ୍ରତ୍ୟେକ ବିଦ୍ୟାଳୟ ବୁଲିବ ବୋଲି ଖଣ୍ଡପଡ଼ା ବ୍ଲକ ଶିକ୍ଷା ଧିକାରୀ ଙ୍କ ଠାରୁ ପ୍ରକାଶ। ଖଣ୍ଡପଡ଼ା ବ୍ଲକ ୨୨ ଟି ପଞ୍ଚାୟତ ସମେତ ଖଣ୍ଡପଡ଼ା ସହର ଅଞ୍ଚଳ କୁ ୨ ତାରିଖ ଠାରୁ ୫ ତାରିଖ ମଧ୍ୟରେ ସେଷହେବ । ଏପ୍ରିଲ ୨ ତାରିଖ ଠାରୁ ପ୍ରତ୍ୟେକ ବିଦ୍ୟାଳୟ ରେ ଅଧ୍ୟୟନ ଛାତ୍ର ଛାତ୍ରୀ ମାନଙ୍କୁ ସପ୍ତାହ ରେ ୩ ଦିନ ପୃଷ୍ଟି କର ମାଣ୍ଡିଆ ତିଆରି ମିଠା ବଣ୍ଟନ ପାଇଁ ପ୍ରତ୍ୟେକ ବିଦ୍ୟାଳୟ କୁ ସରକାରଙ୍କ ନୂତନ ଯୋଜନା ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଶାରୀରିକ ଜ୍ଞାନାତ୍ମକ, ସାମାଜିକ,

ଭାବପ୍ରବଣ, ଏଵଂ ଭାଷାଗତ ବିକାଶ ଉପରେ ଲକ୍ଷ୍ୟ। ଏହି ଶିକ୍ଷା ଆଞ୍ଚଳିକ ଭାଷା ଏବଂ ମାତୃଭାଷା ରେ ପ୍ରଦାନ କରାଯିବ। ଯାହାଦ୍ବାରା ପିଲା ମାନଙ୍କ ସାମଗ୍ରୀକ ବିକାଶ , ସୃଜନଶୀଳତା ସମାଲୋଚନା ମୂଳକ ଚିନ୍ତା ଧାରା ବୃଦ୍ଧି ହେବ। ଏଥିରେ ଖେଳ ଏବଂ କାର୍ଯ୍ୟକଳାପ  ଆଧାରିତ ଶିକ୍ଷା ପଦ୍ଧତିର ବ୍ୟବହାର କରାଯିବ। ଏହାର ଲକ୍ଷ୍ୟ ୩ ରୁ ୬ ବର୍ଷ ର ପିଲା ଙ୍କୁ ପ୍ରାରମ୍ଭିକ ଶୈଶବ ଶିକ୍ଷା ପ୍ରଦାନ କରିବା। ଶିଶୁ ବାଟିକା ହେଉଛି ଏକ ପ୍ରାକ- ପ୍ରାଥମିକ ଶିକ୍ଷାରମ୍ଭ କାର୍ଯ୍ୟକ୍ରମ।

ଜାତୀୟ ଶିକ୍ଷା ନିତି ରେ ଶିଶୁ ବାଟିକା କୁ ଅଭିଭାବକ ଓ ଶିକ୍ଷକ,ଶିକ୍ଷୟିତ୍ରୀ ଅଭିଭାବକ ପ୍ରଶଂସା। ଖଣ୍ଡପଡ଼ା ଅଞ୍ଚଳରେ ଶିକ୍ଷା ସଚେତନତା ରଥ ପହଁଞ୍ଚିବା ପରେ ବ୍ଲକ ଶିକ୍ଷା ଧିକାରୀ କୈଳାସ ଚନ୍ଦ୍ର କର ବିଆରସିସି ନାରାୟଣ ଦାଶ,ଏବିଇଓ କଳିଙ୍ଗ ଚନ୍ଦ୍ର ନାୟକ, ପ୍ରଦୀପ କୁମାର ସାହୁ ଙ୍କ ସମେତ ଶିକ୍ଷା ବିଭାଗ ଅଧିକାରୀ ମାନେ ସଚେତନତା ରଥ କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ସରକାର ଙ୍କ ପକ୍ଷରୁ ଆୟୋଜିତ ସଚେତନତା ରଥ ପହଁଞ୍ଚିବା ପରେ ଖଣ୍ଡପଡ଼ା ବ୍ଲକ ଅଧିନ ସମସ୍ତ ଶିକ୍ଷା ଅନୁଷ୍ଠାନ ସହ ସାଧାରଣରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS