BREAKING
Loading...
:

ଗଞ୍ଜାମ ଜିଲ୍ଲା ସ୍ତରୀୟ ବନ୍ଦନୀୟ ବରପୁତ୍ର ଉତ୍ସବ ଅନୁଷ୍ଠିତ।

 ଗଞ୍ଜାମ ଜିଲ୍ଲା ସ୍ତରୀୟ ବନ୍ଦନୀୟ ବରପୁତ୍ର ଉତ୍ସବ ଅନୁଷ୍ଠିତ।

ଓଡ଼ିଆ ଜାତୀୟ ଜୀବନକୁ ସମ୍ବୃଦ୍ଧ କରିବାରେ ଗଞ୍ଜାମର ବରପୁତ୍ର ମାନଙ୍କ ଅବଦାନ ଅବିସ୍ମରଣୀୟ।


ଛତ୍ରପୁର ( ମଣିଭଦ୍ରା ଖବର) 

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ବୀର ବରପୁତ୍ର ମାନଙ୍କ ସ୍ମ୍ତତି ଚାରଣ ଉଦ୍ଦେଶ୍ୟରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବହୁ କବି, କବୟିତ୍ରୀ ଗଣ ନିଜସ୍ଵ କବିତା ଆବୃତି କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ  ଉପନିର୍ଦେଶକ ସୁଶାନ୍ତ ଦାସ, ସ୍ତମ୍ଭକାର ତଥା ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ବିଘ୍ନେଶ୍ୱର ସାହୁ ଉପସ୍ଥିତିରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମକୁ ଧରାକୋଟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଲେଖକ ଡ. ସୁଜିତ୍ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ଉଦ୍ଘୋଷକ୍ କାର୍ତ୍ତିକ ପାଣିଗ୍ରାହୀ ସହଯୋଗ କରିଥିଲେ। କବିତା ପାଠ ପରେ  ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଂପାଦକ ଡକ୍ଟର ଚନ୍ଦ୍ର ଶେଖର ହୋତା, ଅବସର ପ୍ରାପ୍ତ ରାଜନୈତିକ ବିଜ୍ଞାନ ପ୍ରଫେସର ବିଷ୍ଟୁଚରଣ ଚୌଧୁରୀ, ଦକ୍ଷିଣାଞ୍ଚଳ ଉଚ୍ଚଶିକ୍ଷା ନିର୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ରାମାଧୀନ ସଂସ୍କୃତ ମହାବଦ୍ୟାଳୟ ସଂସ୍କୃତ ଅଧ୍ୟକ୍ଷ ଡ. ହରିହର ଦାସ, ଶାନ୍ତିନିକେତନ ବିଶ୍ଵ ବିଦ୍ୟାଳୟ ଓଡ଼ିଆ ବିଭାଗ ସହଯୋଗୀ ପ୍ରଫେସର ଶରତ କୁମାର ଜେନା, ଗବେଷକ ଅନନ୍ତ ରାମ କର ପ୍ରମୂଖ ଅତିଥି ଗଣ ଓଡ଼ିଶା ବରପୁତ୍ର ମାନଙ୍କ ମାନଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ କ୍ଷେତ୍ର ମୋହନ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପ୍ରଫେସର ଡ. ହୃଷୀକେଶ ପଣ୍ଡା ସୂଚନା ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ରାଜନୀତି ଆଦି ଜାତୀୟ ଜୀବନର ବିଭିନ୍ନ କ୍ଷେତ୍ରକୁ ପରିପୃଷ୍ଟ କରିବାରେ ଗଞ୍ଜାମ ଜିଲ୍ଲାର ବରପୁତ୍ର ମାନଙ୍କ ପ୍ରମୁଖ ଅବଦାନ ଥିଲା ବୋଲି ଉପସ୍ଥିତ ଅତିଥି ଗଣ ମତ ପ୍ରକାଶ କରିଛନ୍ତି। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବିଶ୍ଵନାଥ ଦାସ, ଶଶି ଭୂଷଣ ରଥ, ନିରଞ୍ଜନ ପଟ୍ଟନାୟକ, ଦିବାକର ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ, ଶ୍ରୀବତ୍ସ ପଣ୍ଡା ପ୍ରମୁଖ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି କବି ସମ୍ର।ଟ ଉପେନ୍ଦ୍ରଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ, କବି କୃଷ୍ଣସିଂହ, ପିତାମ୍ବର ଦାସ, ରାମ ଦାସ ପ୍ରମୁଖ ସହିତ୍ୱିକ ମାନଙ୍କ ବ୍ୟକ୍ତିତ୍ଵ ଓ କ୍ରୁତିତ୍ଵ ସମ୍ପର୍କରେ ସ୍ମ୍ତତି ଚାରଣ କରାଯାଇଥିଲା। ଏହା ବ୍ୟତୀତ ଜାତି ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରାମ ଚନ୍ଦ୍ର ମର୍ଦ୍ଦରାଜ,ରାଜା ହରିହର ମର୍ଦ୍ଦରାଜ, କୃପାମୟ ଅନଙ୍ଗ ଭିମଦେବଙ୍କ ଭଳି ଅନେକ ରାଜା ବନ୍ଦନୀୟ କିର୍ତ୍ତିକୁ ବି ସ୍ମରଣ କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS