BREAKING
Loading...
:

ଗଞ୍ଜାମ ଜିଲ୍ଲା ୟୁଥ୍ ପୁରୁଷ ବକ୍ସିଂ ଦଳର ରାଉରକେଲା ଯାତ୍ରା

 ଗଞ୍ଜାମ ଜିଲ୍ଲା ଆଥଲେଟିକ ଆସୋସିଏସନ୍ 

ମହାତ୍ମା ଗାନ୍ଧି ଷ୍ଟାଡିୟମ୍, ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା 


ଗଞ୍ଜାମ ଜିଲ୍ଲା ୟୁଥ୍ ପୁରୁଷ  ବକ୍ସିଂ ଦଳର ରାଉରକେଲା ଯାତ୍ରା 



ଗଞ୍ଜାମ (ମଣିଭଦ୍ରା ଖବର) ଆସନ୍ତା ୧୩/୦୪/୨୦୨୫ ରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ରାଜ୍ୟସ୍ତରୀୟ ବକ୍ସିଂ ୟୁଥ୍ ପୁରୁଷ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲ୍ଲାସ୍ତରୀୟ ବକ୍ସିଂ  ୟୁଥ୍ ପୁରୁଷ ଦଳର ଚୟନ ହୋଇସାରିଛି। ଏହି ଦଳ ରେ ଗଞ୍ଜାମ ଜିଲ୍ଳାର ୮ ଜଣ ବକ୍ସର, କୋଚ୍, ମ୍ୟାନେଜର ଓ ରେଫରୀ ଜଜ୍ ଙ୍କୁ ମିଶାଇ ମୋଟ ୧୩ ଜଣିଆ ଦଳ ରାଉରକେଲା ଅଭିମୁଖେ ଆଜି ୧୨/୦୪/୨୦୨୫ ତାରିଖ ସନ୍ଧ୍ୟାରେ ରାଜ୍ୟରାଣୀ ଏକ୍ସପ୍ରେସ ଯୋଗେ ଯାତ୍ରା ଆରମ୍ଭ କଲେ ବୋଲି GDAA ର ବକ୍ସିଂ ସମ୍ପାଦକ K.ପ୍ରଭାକର ରାଓ  ଏଵଂ GDAA  ର ସଂପାଦକ J କାମେଶ୍ୱର ରାଓ ଜଣାଇଛନ୍ତି।  ୟୁଥ୍ ପୁରୁଷ ବକ୍ସିଂ ଦଳରେ ୧. ଦୀନେଶ ଜେନା ୨. ଉଲା ବେହେରା, ୩. ଯଜ୍ଞ ନାରାୟଣ ସେଠୀ, ୪. N ତେଜସ କୁମାର, ୫. ରକ୍ଷିତ୍ ପଟ୍ଟନାୟକ, ୬. ଶ୍ୱେତାମ୍ବର ସାବତ,୭. ଅଖିଳେଶ ବେହେରା, ୮. ରବି ନାରାୟଣ ପଣ୍ଡା,  କୋଚ୍ ମ୍ୟାନେଜର ଭାବେ S ସାଇ ପ୍ରତାପ, G ଯୋଗୀ ନନ୍ଦ ଯାତ୍ରା କରୁଛନ୍ତି। ଏତତ୍ ସମେତ ପୂର୍ବତନ ବକ୍ସର ଏଵଂ ରେଫରି ଜଜ୍ B ବୁଲୁ ପାତ୍ର, ରାଜ୍ୟ ରେଫରି ଜଜ୍ ସୁମନ ଦାସ ତଥା ଅନ୍ତର୍ଜାତୀୟ ରେଫରି ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଏହି ଦଳ ସହ ଯାତ୍ରା କରୁଛନ୍ତି। ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଶ୍ରୀ k ପ୍ରଭାକର ରାଓ, ଶ୍ରୀ ଶିବରାମ ପାତ୍ର, ଶ୍ରୀ ଲଡୁ କିଶୋର ସାହୁ, ଶ୍ରୀ ବାବୁ ରାଓ,  ଅବିନାଶ ନାୟକ, ମୁନା ଗୌଡ଼, ଲିଟୁ ଦାସ, ସଞ୍ଜୀବ ସାହୁ, ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡାଙ୍କ ସମେତ ବହୁ ବକ୍ସର ଓ କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS