BREAKING
Loading...
:

ପଠାଣି ସାମନ୍ତ ପାଠାଗାର ପାଲଟିଛି ପରିସ୍ରାଗାର

 ପଠାଣି ସାମନ୍ତ ପାଠାଗାର ପାଲଟିଛି ପରିସ୍ରାଗାର

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ମଧ୍ଯଭାଗରେ ଅବସ୍ଥିତ ସର୍ବ ପୁରାତନ ପଠାଣି ସାମନ୍ତ ସ୍ମୃତିମନ୍ଦିର ଓ ପାଠାଗାର ପରିସର ଏବେ ପରିସ୍ରାଗାର ପାଲଟିଥିବା ଜଣାପଡିଛି। ରାତିରେ ସେଠାରେ ନିଶାଖୋରଙ୍କ ଆଡ୍ଡା ଜମୁଥିବା ବେଳେ  ବାହ୍ଯ ପ୍ରାଚୀର ଟିଏ  ନଥିବାରୁ ଯିଏ ଯେତେବେଳେ ପାରିଲା ପାଠାଗାର  ପରିସରରେ ପ୍ରବେଶ କରି ପରିସ୍ରା କଲା ସେଥିରେ କିଛି ଅସୁବିଧା ନାହିଁ। ଏ ନେଇ  ସହରବାସୀଙ୍କ  ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ  ପାଇଛି। ଖଣ୍ଡପଡ଼ାରେ ଜନ୍ମ ଗ୍ରହଣ କରି ସମଗ୍ର ବିଶ୍ଵବାସୀଙ୍କୁ ନଭୋବିଜ୍ଞାନ ସମ୍ପର୍କରେ ଦିଗଦର୍ଶନ ଦେଇଥିବା ବିଶ୍ଵବିଖ୍ୟାତ   ଜ୍ୟୋର୍ତିବିଦ ପଠାଣିସାମନ୍ତଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ଯରେ ଏକଦା ଗଢି ଉଠିଥିବା ଏହି ଅନୁଷ୍ଠାନଟିର ଏଭଳି ଦୟନୀୟ ସ୍ଥିତିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ବାରି ହୋଇ ପଡୁଛି। ମହାମନିଷଙ୍କ ନାମରେ ସ୍ଥାପିତ ଏହି ଅନୁଷ୍ଠାନଟିର  ସୁରକ୍ଷା ଓ ଉନ୍ନତିକରଣ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି  ଦେବାକୁ ଖଣ୍ଡପଡ଼ା ଅଞ୍ଚଳର ସଚେତନ  ନାଗରିକମାନେ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS