BREAKING
Loading...
:

କାଳବୈଶାଖୀରେ ଭାଙ୍ଗିଲା ଚୈତ୍ରପର୍ଵ ମଞ୍ଚ ଓ ତୋରଣ

 କାଳବୈଶାଖୀରେ ଭାଙ୍ଗିଲା ଚୈତ୍ରପର୍ଵ ମଞ୍ଚ ଓ ତୋରଣ 


ମୟୂରଭଞ୍ଜ (ମଣିଭଦ୍ରା ଖବର) ଜିଲ୍ଲାର ଐତିହ୍ୟପୂର୍ଣ୍ଣ ସାଂସ୍କୃତିକ ଉତ୍ସବ  ପ୍ରସିଦ୍ଧ ଚୈତ୍ରପର୍ବ କାର୍ଯ୍ୟକ୍ରମ କାଳବୈଶାଖୀ ଯୋଗୁଁ ବ୍ୟାପକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।  ତେବେ ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। ଫଳରେ ଚୈତ୍ରପର୍ବ ମଞ୍ଚ ଓ ପଲ୍ଲୀଶ୍ରୀ ମେଳା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଛଉ ପଡିଆର ଚୈତ୍ରପର୍ବ ମଞ୍ଚ  ତୋରଣ ଚୂର୍ମାର ହୋଇଯାଇଛି । ତେବେ ପୁରାତନ ରାଜପ୍ରାସାଦ ସଦୃଶ୍ୟ ତୋରଣ ଭାଙ୍ଗିବା ସହ ଚେୟାର, ଷ୍ଟେଜର ଏଲଇଡ଼ି ସ୍କ୍ରିନ, ରଙ୍ଗୀନ ଲାଇଟ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ କ୍ଷତି ହୋଇଥିବା ଜଣାପଡିଛି । ସେହିପରି ଚୈତ୍ର ପର୍ବକୁ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଲ୍ଲୀଶ୍ରୀ ମେଳାର ଆୟୋଜନ କରାଯାଇଥିଲା। ମାତ୍ର କାଳବୈଶାଖୀ ପ୍ରଭାବରେ ପଲ୍ଲୀଶ୍ରୀ ମେଳା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ମେଳାରେ ୧୭୫ଟି ଷ୍ଟଲ ମଧ୍ୟରୁ ଅଧିକାଂଶ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ଷ୍ଟଲ ଉପରେ ପଡ଼ିଥିବା ତମ୍ବୁ ଓ ପଲିଥିନ ଉଡ଼ାଇ ନେଇଥିବାରୁ ବିକ୍ରି ପାଇଁ ମହଜୁଦ ଥିବା ବିପୁଳ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। କାଳବୈଶାଖୀର ପ୍ରଭାବ କମିବା ପରେ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଛଉ ପଡିଆରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିବା ଦେଖିବାକୁ ମିଳିଛି। କାଳବୈଶାଖି ପାଇଁ ଦ୍ଵିତୀୟ ଦିନ ଅର୍ଥାତ ଶନିବାର ସନ୍ଧ୍ୟାରେ ପରିବେଶିତ ହେବାକୁ ଥିବା ଉତ୍ତରସାହି ଓ ଦକ୍ଷିଣସାହି ଛଉନୃତ୍ୟ ସାଙ୍ଗକୁ ସମ୍ବଲପୁର ଜିଲ୍ଲାର ଦୁଲଦୁଲି,କଳାହାଣ୍ଡି ଜିଲ୍ଲାର ବଜଶାଲ ନୃତ୍ୟ ପରିବେଷଣ ହେବାର କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ପ୍ରାକୃତିକ ତାଣ୍ଡବ ଯୋଗୁଁ ଭାଙ୍ଗିରୁଜି ଯାଇଥିବା ଷ୍ଟଲ ଓ ପେଣ୍ଡାଲ ମରାମତି କରାଯାଇ ପୁଣି ରବିବାର ମେଳା ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

  

ସେହିପରି ଗଛ ଭାଙ୍ଗି ବିଦ୍ୟୁତ୍ କେବୁଲ ଉପରେ ପଡ଼ି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ସହର ଦାରୋଗାଡ଼ାହି,

ମଧୁବନ,

ବଡବଜାର,

ଭଞ୍ଜପୁର,ମୂର୍ଗାବାଡ଼ି,ପାଲବଣୀ, ବାଘଡ଼ାରୋଡ, ପୋଡ଼ାଅସ୍ତିଆ,

ପୋଲିସ ଲାଇନ, କୃଷ୍ଣଚନ୍ଦ୍ର ଗୋଲେଇ  ପ୍ରଭାବିତ ହୋଇଛି। ଅନ୍ୟପଟେ ଜିଲ୍ଲାର ଶ୍ୟାମାଖୁଣ୍ଟା,

ମୋରଡ଼ା ବ୍ଲକ ସମେତ ଅନ୍ୟ ବହୁ ଅଞ୍ଚଳ କାଳବୈଶାଖୀରେ ପ୍ରଭାବିତ ହୋଇ ରାସ୍ତାରେ ବିରାଟକାୟ ଗଛ ଅଲଟି ରାସ୍ତା ଅବରୋଧ ହୋଇଥିବା ବେଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ସ୍ଥିତିରେ ସୁଧାର ଆଣିଥିଲା। ତେବେ ଅନେକ ଅଞ୍ଚଳରେ ଏପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ସ୍ଵାଭାବିକ ହୋଇନଥିବା ଜଣାପଡିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS