ଖଣ୍ଡପଡ଼ା ଏନ୍ ଏ ସି ପକ୍ଷରୁ ଓଡ଼ିଆ ପକ୍ଷ ପାଳନ
ଖଣ୍ଡପଡ଼ା ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଆୟୋଜିତ ଓଡ଼ିଆ ପକ୍ଷ ପାଳନ ଉତ୍ସବ ପଠାଣି ସାମନ୍ତ କଲ୍ୟାଣୀ ମଣ୍ଡପ ଠାରେ ଗତ ରବି ବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ସହରର ସ୍ବୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ଓଡିଆ ପାରମ୍ପରିକ ସୁସ୍ବାଦୁ ଖାଦ୍ୟର ପ୍ରସ୍ତୁତ କରି ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ତାହାର ସ୍ବାଦିଷ୍ଟ ତା'ର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ।ପୃର୍ବାହ୍ନ ରେ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ ଙ୍କ ପୋୖରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏନ୍ ଏ ସି ଅଧ୍ୟକ୍ଷା ଆରତୀ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିଥିଲେ। ମୂଖ୍ୟ ବକ୍ତା ଭାବେ ଆଇନଜୀବି ମାଧବ ପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ଏସ ଡି ପି ଓ ମଦନମୋହନ ପ୍ରଧାନ, ସାମାଜିକ ଆଇନ ଜିବି ବିଧାନ ଚନ୍ଦ୍ର ପ୍ରଧାନ, ଡଃ ପ୍ରଦୀପ କୁମାର ପାଇକରାୟ ଓ ଥାନା ଅଧିକାରୀ ନିହାର ରଂଜନ ମହାନ୍ତି ପ୍ରମୁଖ ଯୋଗଦାନ ଦେଇ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନଗର ପରିଭ୍ରମଣ କରି ପଠାଣି ସାମନ୍ତ ଙ୍କ ପ୍ରତି ମୃର୍ତ୍ତୀ ରେପୁଷ୍ପ ମାଲ୍ୟାର୍ପଣ କରି ଖଣ୍ଡପଡ଼ା ମିନି ଷ୍ଟାଡିୟମ ପରିସରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟ କ୍ରମ ରେ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରି ଥିଲେ ଖଣ୍ଡପଡ଼ା ଏନ୍ ଏ ସି ଅଧ୍ୟକ୍ଷା ସଭାକାର୍ଯ୍ୟ ଆରମ୍ଭ କରି ଥିଲେ। ସେଠାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରୁ ପୃର୍ବତ୍ତନ ସରପଞ୍ଚ ଦୀର୍ଘ ବର୍ଷ ଧରି ନାୟ ସରପଞ୍ଚ ଶ୍ରୀ ଯୁକ୍ତ ଧନେଶ୍ଵର ମହାପାତ୍ର ପ୍ରମୁଖ ବହୁ ସନ୍ନମାନୀତ ଅତିଥି ଓ କାଉନସିଲର ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ଖଣ୍ଡପଡ଼ା ସହର ର ସ୍ବୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ଓଡିଆ ପାରମ୍ପରିକ ସୁସ୍ବାଦୁ ଖାଦ୍ୟ ବଣ୍ଟନ କରାଯାଇଥିଲା ।
ବରିଷ୍ଠ ଓକିଲ, ଶିଶୁ କବି କାଶି ନାଥ ଦାସ, ବରିଷ୍ଠ ସାମ୍ବାଦିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ କାର୍ଯ୍ୟକ୍ରମ କୁ ବହୁ ଆଡ଼ମ୍ବରେ ପାଳନ କରାଯାଇଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق