ସୁରକ୍ଷିତ ପାନୀୟ ଜଳ ବିଶୁଦ୍ଧିକରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ, ସାମ୍ବାଦିକ ଙ୍କୁ ଅଣଦେଖା
ଦଶପଲ୍ଲା( ଶିବାନୀ ଦୀପାଞ୍ଜଳୀ) ଆଜି ଦଶପଲ୍ଲା ବ୍ଲକ ଦୁଡ଼ା ପଂଚାୟତର ବାଇଝରୀ ଗ୍ରାମ ନିକଟରେ ଅନ୍ଵେଷା ଅଧ୍ୟୟନ ଷ୍ଟାଟେଜିକର ବୈଷୟିକ ସହାୟତାରେ ନୟାଗଡ଼ ବନଖଣ୍ଡ ନୟାଗଡ଼ର ଆର୍ଥିକ ସହାୟତାରେ ଏକ ସୁରକ୍ଷିତ ପାନୀୟ ଜଳ ବିଶୁଦ୍ଧିକରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ହାତରେ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଡ଼ିଏଫଓ କ୍ଷମା ଷଡ଼ଙ୍ଗୀ,ଏବିଡ଼ିଓ ସାରଦା ପ୍ରସନ୍ନ ମହାନ୍ତି,ଟାକରା ସେକ୍ସନ ବନପାଳ ରାକେଶ କୁମାର ସାହୁ, ଭାରପ୍ରାପ୍ତ ବନାଅଂଚଳ ଅଧିକାରୀ ସୁମନ ମାଝୀ ଉପସ୍ଥିତ ହୋଇ ପ୍ରକଳ୍ପ କୁ ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲାର କିଛି ସାମ୍ବାଦିକ ଙ୍କୁ ଡକାଯାଇଥିବା ବେଳେ ଅନ୍ୟ କାହାକୁ ଅବଗତ କରାଯାଇନଥିଲା। ଏପଟେ ଟାକରା ସେକ୍ସନ ଅଂଚଳରେ ଥିବା ବଣ ପାହାଡ଼ ଘୁଘୁ ହୋଇ ଜଳୁ ଥିବାବେଳେ କାଳେ ସାମ୍ବାଦିକଙ୍କ ନଜର କୁ ଆସିଯିବ ତେଣୁ ସାମ୍ବାଦିକ ଙ୍କୁ ଏଥିରୁ ଦୁରେଇ ରଖିବା ପାଇଁ ଏହି କାର୍ଯ୍ୟକ୍ରମ କୁ ଡାକି ନଥିବା ସାଧାରଣରେ ଚର୍ଚ୍ଚା ହେଉଅଛି ।ସମ୍ପୃକ୍ତ ବନପାଳ ଅତୀତରେ ଅନେକ ଜଙ୍ଗଲ ସମସ୍ୟାରେ ଜଡ଼ିତ ଥିବାବେଳେ ସଞ୍ଜ ହେଲେ ଦଶପଲ୍ଲା ମୁଁହା ହୋଇଥିବା ଚର୍ଚ୍ଚା ହେଉଛି ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment