ଜୁନିଅର୍ ରେଡ୍ କ୍ରସ୍ ଦ୍ବାରା ଓଡ଼ଗାଁ ଶ୍ରୀ ରଘୁନାଥ ପୀଠରେ ଦହି ପଣା ବଣ୍ଟନ
ଓଡ଼ଗାଁ (ମଣିଭଦ୍ରା ଖବର) ଭାରତୀୟ ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥା, ନୟାଗଡ଼ ଜିଲ୍ଲାର ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁଙ୍କ ଆନୁକୁଲ୍ୟରେ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀ ଶ୍ରୀ ରଘୁନାଥ ପୀଠ, ଓଡ଼ଗାଁ ଠାରେ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଦହି ପଣା ତା 06.04.2025 ରିଖରେ ଆୟୋଜନ କରାଯାଇଥିଲା | ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁ ର ଜୁନିଅର୍ ରେଡ୍ କ୍ରସ୍ ଏହି ସେବା କାର୍ଯ୍ୟର ଆୟୋଜନ କରିଥିଲା ଏଥିରେ ନୟାଗଡ଼ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ଅଧୂକାରୀ ଶ୍ରୀଯୁକ୍ତ ଘନଶ୍ୟାମ ରାଉତ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୀଲ କୁମାର ଦାସ ଏବଂ କାଉନସିଲର ଫାଷ୍ଟ ଏଡର ,ଗୋସ୍ବାମୀ ଦାସ,ପରମାନନ୍ଦ ଦଳାଈ, ଡକ୍ଟର ପ୍ରତାପ କୁମାର ପରିଡ଼ା ଦେବରାଜ ସ୍ୱାଇଁ , ମାନସ କୁମାର ସାହୁ , ଉପସ୍ଥିତ ରହି ଜୁନିଅର ମାନଙ୍କୁ ଉତ୍ସାହିତ କରିବା ସହ ଦହି ପଣା ଜନସାଧାରଣଙ୍କୁ ବଣ୍ଟନ କରିଥିଲେ ସେହି ବିଦ୍ୟାଳୟର ,ସନ୍ତୋଷ କୁମାର ମହାପାତ୍ର, ଶ୍ୟାମାମଣି ମହାନ୍ତି,ପୁଷ୍ପିତା ସାହୁ, ନିର୍ଲିପ୍ତା ପତି, ଅମ୍ରିତା ଦାସ, ଜସ୍ୱଶିନି ମହାପାତ୍ର ,ଜ୍ୟୋତି ପ୍ରକାଶ ପ୍ରଧାନ ,ପ୍ରସନ୍ନ ନାୟକ ଓ ଜୁନିଅର୍ ମାନେ ଉପସ୍ଥିତ ରହି ଦହି ପଣା ଦାନ କରି ଜନ ସାଧାରଣ ମାନଙ୍କୁ ସାହାଯ୍ୟ ସହଯୋଗ ସେବା ପ୍ରଦାନ କରିଥିଲେ। ଏହିସଂସ୍ଥା ବିଶ୍ବରେ ଏକମାତ୍ର ଯାହାକି ସେବା ପ୍ରଦାନ କରି, ସ୍ବାସ୍ଥ୍ୟର ଉନ୍ନତି କରିବା ସଙ୍ଗେ ସଙ୍ଗେ ବନ୍ଧୁତା ସ୍ଥାପନ କରିପାରୁଛି । ଏହିସଂସ୍ଥାର ମୂଳଲକ୍ଷ୍ୟ ସ୍ବାସ୍ଥ୍ୟ, ସେବା, ବିଶ୍ବ ବନ୍ଧୁତା ସୃଷ୍ଟି କରୁଛି।।
ମଣିଭଦ୍ରା ଖବର, ଓଡ଼ଗାଁ


Post a Comment