BREAKING
Loading...
:

ବିଦ୍ୟାଧର ସାହୁ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ବୈଠକ, ଏପ୍ରିଲ ୧୧ ଛେନାପୋଡ଼ ଦିବସ ପାଳନକୁ ନେଇ ତେଜିଲା ବିରୋଧ

 ବିଦ୍ୟାଧର ସାହୁ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ବୈଠକ, ଏପ୍ରିଲ ୧୧ ଛେନାପୋଡ଼ ଦିବସ ପାଳନକୁ ନେଇ ତେଜିଲା ବିରୋଧ

ଦଶପଲ୍ଲା (ମଣିଭଦ୍ରା ଖବର)  ଖବରକାଗଜ ଏବଂ ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଲା  ଯେ, ଆସନ୍ତା ଏପ୍ରିଲ ୧୧ ତାରିଖରେ କିଛି ନିର୍ଦ୍ଧିଷ୍ଟ ଗୋଷ୍ଟି ଛେନାପୋଡ଼ ଦିବସ ପାଳନ କରିବାକୁ ଯାଉଛନ୍ତି । ଯାହାକି ଛେନାପୋଡ଼ର ପ୍ରକୃତ ସ୍ରଷ୍ଟା √ ବିଦ୍ୟାଧର ସାହୁଙ୍କ ପ୍ରତି ଘୋର ଅପମାନ । ଆପଣମାନେ ନିଜେ ମଧ୍ୟ ଚିନ୍ତା କରନ୍ତୁ, ଆଜିକାଲି ଅନେକ ସ୍ଥାନରେ ଛେନାପୋଡ଼ ପ୍ରସ୍ତୁତ ହେଉଛି, ତା ମାନେ ଯିଏ ଯୋଉଠି , ଯେମିତି ଛେନାପୋଡ଼ ତିଆରି କରୁଛନ୍ତି, ସେମାନେ ତାଙ୍କ ଜନ୍ମଦିନ କୁ ଛେନାପୋଡ଼ ଦିବସ ବୋଲି କହି ବୁଲିବା ଯୁକ୍ତିଯୁକ୍ତ କି ?

ପ୍ରଥମତଃ ଆମେ ଦଶପଲ୍ଲା ବାସୀ, ଆମ ଟ୍ରଷ୍ଟ ତରଫରୁ ଏହାକୁ ଘୋର ନିନ୍ଦା କରୁଛୁ । ଯଦି କାହାର କୌଣସି ଜନ୍ମଦିନରେ କିମ୍ବା କୌଣସି ଉତ୍ସବ ପାଇଁ ପରଷ୍ପର ମଧ୍ୟରେ ମିଠା, ବା ଛେନାପୋଡ଼ ଖୁଆ ଖୁଇ ହେଉଛନ୍ତି ତେବେ ତାହା ସ୍ଵାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ସେଇ ବାହାନା ରେ ବିଶ୍ଵ ଛେନାପୋଡ଼ ଦିବସ ଡିସେମ୍ବର ୩୧ କୁ ଭୁଲି ଯିବାଟା ଜମାରୁ ଉଚିତ ନୁହେଁ । ଆମେ ସେମାନଙ୍କୁ ଜଣାଇ ଦେବାକୁ ଚାହୁଁଚୁ ଯେ, ଇତିହାସ ଆପଣମାନେ ନିଜ ଇଛାରେ ନିଜ ସ୍ବାର୍ଥ ପାଇଁ ବଦଳାଇ ପାରିବେ ନାହିଁ । ଡ଼ିସେମ୍ବର ୩୧ ହିଁ ବିଶ୍ଵ ଛେନପୋଡ଼ ଦିବସ । ଦଶପଲ୍ଲା ର ଜରି ପାଟଣା, ବିଦ୍ୟାଧର ସାହୁ ଙ୍କ ନିଜ ବାସଗୃହ ହିଁ ଛେନାପୋଡ଼ ର ଏନ୍ତୁଡିଶାଳ । ଛେନାପୋଡ଼ ର ପ୍ରକୃତ ଇତିହାସ କୁ ଜାଣନ୍ତୁ, ଛେନାପୋଡ଼ ପାଇଁ ଆମ ଜିଲ୍ଲା ନୟାଗଡ଼ ର ପରିଚୟ ରହୁ, ଆମ ରାଜ୍ୟ  ଓ ଦେଶର ପରିଚୟ ରହୁ, କିନ୍ତୁ ବିଦ୍ୟାଧର ସାହୁଙ୍କ ପରିଚୟ ହଜି ନଯାଉ, ଏତିକି ଅନୁରୋଧ ।

ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ, ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସମସ୍ତ ବିଭାଗ ସହିତ, ମାନନୀୟ ଜିଲ୍ଲାପାଳ ନୟାଗଡ଼ ଙ୍କୁ ମଧ୍ୟ ଛେନାପୋଡ଼ ସମ୍ପର୍କିତ ସମସ୍ତ ତଥ୍ୟ, ପୁର୍ବରୁ ବାରମ୍ବାର ପ୍ରଦାନ କରାଯାଇ ସାରିଛି । ଭବିଷ୍ୟତରେ କୌଣସି ଗୋଷ୍ଟି ବିଦ୍ୟାଧର ସାହୁଙ୍କୁ ଅପମାନ କରିବା କିମ୍ବା ଛେନପୋଡ ସମ୍ବଳିତ କୌଣସି ବିଭ୍ରାନ୍ତିକର ତଥ୍ଯ ରାଜ୍ୟ ତଥା ଦେଶବାସୀ ଙ୍କୁ ପ୍ରଦାନ କଲେ, ଆମ୍ଭେ *ବିଦ୍ୟାଧର ସାହୁ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ, ଦଶପଲ୍ଲା* ଏହାର ତିବ୍ର ବିରୋଧ କରିବା ସହିତ ଆଇନ୍ ର ଆଶ୍ରୟ ନେବୁ । 

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS