BREAKING
Loading...
:

ଲଙ୍କା ପୋଡ଼ି ଯାତ୍ରାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ପ୍ରସ୍ତୁତି ବୈଠକ

 ଲଙ୍କା ପୋଡ଼ି ଯାତ୍ରାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ପ୍ରସ୍ତୁତି ବୈଠକ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ଲଙ୍କା ପୋଡ଼ି ଯାତ୍ରା ଏବଂ ପଲ୍ଲୀଶ୍ରୀ ମେଳାର ପ୍ରଚାର ପ୍ରସାର ନିମନ୍ତେ ଗଣିଆ ବ୍ଳକରେ କାର୍ଯ୍ୟରତ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ଏବଂ ସାମ୍ବାଦିକ ସଂଘ ଗଣିଆର ସାମ୍ବାଦିକ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗ୍ରାମପଞ୍ଚାୟତ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଲଙ୍କା ପୋଡ଼ି ମହୋତ୍ସବର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଉମାକାନ୍ତ ଦାଶ, ଉପଦେଷ୍ଟା ବିଭୂତି ଭୂଷଣ ପଣ୍ଡା, ଲଙ୍କା ପୋଡ଼ି ଯାତ୍ରା କମିଟିର କୋଷାଧ୍ୟକ୍ଷ ତଥା ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆଙ୍କ ସମେତ ଗଣିଆରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଓଡ଼ିଶା ପ୍ରସିଦ୍ଧ ଗଣିଆ ଲଙ୍କା ପୋଡ଼ି ଯାତ୍ରା ଏବଂ ମୁଖ୍ୟ ଉତ୍ସବ ରାବଣ ବଧ ଆଗାମୀ ୨୯ ତାରିଖରେ ହେବା ସହିତ ୨ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲୁ ରହିବ । ସେଥିପାଇଁ ସାମ୍ବାଦିକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ୪ ଦିନ ଧରି ଯାତ୍ରା ହେବାକୁ ଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଓଡ଼ିଶାର ନାମୀଦାମୀ କଣ୍ଠଶିଳ୍ପୀ, କଳାକାର ତଥା ବରେଣ୍ୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ମାନେ ଉପସ୍ଥିତ ହେବେ । ତେଣୁ ଏହି ଯାତ୍ରା ପୂର୍ବରୁ  ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରିବା ସହିତ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଛାପା ଗଣମାଧ୍ୟମରେ ଖବର ପରିବେଷଣ କଲେ ଏହି ମହୋତ୍ସବକୁ ବହୁ ସଂଖ୍ୟାରେ ଜନସମାଗମ ହେବ ବୋଲି ସରପଞ୍ଚ ପ୍ରକାଶ କରିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେଇ ଏହି ଯାତ୍ରାକୁ ସରସ ସୁନ୍ଦର କରି ଗଢି ତୋଳିବାକୁ ସମସ୍ତେ ପ୍ରୟାସ କରିବାକୁ ସଭାପତି ଅନୁରୋଧ କରିଥିଲେ । ଗଣିଆରେ କାର୍ଯ୍ୟରତ ଦୁଇ ସଂଘର ସଭାପତି ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଜିଲ୍ଲା ସ୍ତରରେ କାର୍ଯ୍ୟ ରତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିବାକୁ ସଭାରେ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଲଙ୍କା ପୋଡ଼ି ଯାତ୍ରାର ସଦସ୍ୟ ଭାଗିରଥି ଗଡ଼ନାୟକ, ସନ୍ତୋଷ କୁମାର ନାୟକ,ସୁଶାନ୍ତ ବେହେରା, ଲକ୍ଷ୍ମୀଧର ବେହେରା, ବିଶ୍ବ ରଞ୍ଜନ ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS