BREAKING
Loading...
:

ପୋଲିସ୍ ପ୍ରତିଷ୍ଠା ଦିବସରେ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ସବ୍ଇନ୍ସପେକ୍ଟର ଭାବେ ସମ୍ମାନିତ ହେଲେ ଶୁଭ୍ରଜିତ୍ ସାମନ୍ତରାୟ,

 ପୋଲିସ୍ ପ୍ରତିଷ୍ଠା ଦିବସରେ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ସବ୍ଇନ୍ସପେକ୍ଟର ଭାବେ ସମ୍ମାନିତ ହେଲେ ଶୁଭ୍ରଜିତ୍ ସାମନ୍ତରାୟ,

ବ୍ରହ୍ମପୁର (ମଣିଭଦ୍ରା ଖବର) ପବିତ୍ର ଉତ୍କଳ ଦିବସ ଅବସରରେ ପାଳିତ ହୋଇଛି ନବେତମ ପୋଲିସ୍ ପ୍ରତିଷ୍ଠା ଦିବସ I ଏହି ଅବସରରେ ଗଂଜାମ ଜିଲ୍ଲା ଛତ୍ରପୁର ଠାରେ ଅନୁଷ୍ଠିତ ପୋଲିସ୍ ପ୍ରତିଷ୍ଠା ଦିବସରେ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ସବ୍ଇନ୍ସପେକ୍ଟର୍ ଭାବେ ସମ୍ମାନିତ ହୋଇଛନ୍ତି ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଆଉଟ୍ ପୋଷ୍ଟ୍ ର ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ଶୁଭ୍ରଜିତ୍ ସାମନ୍ତରାୟ I ଆଇନ୍ ଶୃଙ୍ଖଳା କ୍ଷେତ୍ରରେ ଶ୍ରୀ ସାମନ୍ତରାୟଙ୍କ ପାରଦର୍ଶିତା,ପୂର୍ବରୁ ରହିଥିବା କାର୍ଯ୍ୟ ଦକ୍ଷତା ଭିତ୍ତିକରି ଏବଂ ପୂର୍ବରୁ ହାସଲ କରିଥିବା ବହୁ ସମ୍ମାନକୁ ଭିତ୍ତି କରି ତାଙ୍କୁ ଶ୍ରେଷ୍ଠ ସବ୍ଇନ୍ସପେକ୍ଟର ସମ୍ମାନ ପ୍ରଦାନ କରାଯାଇଛି I ଶୁଭ୍ରଜିତ ଛତ୍ରପୁର ଠାରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ଉତ୍ସବରେ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଠାରୁ ଏହି ସମ୍ମାନ ହାସଲ କରିଥିଲେ I ସମ୍ମାନ ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS