ସ୍ମୃତିଚାରଣ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର (ମଣିଭଦ୍ରା ଖବର) ରାଜ୍ୟ ସଭାପତି ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ପୂର୍ବତନ ବିଧାୟକ ବ୍ରହ୍ମପୁର ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଗଜପତି ନଗର ଠାରେ ଓଡିଶା ଦିବସ ଉପଲକ୍ଷେ ଏକ ସ୍ମୃତି ଚାରଣା ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଆଜିର ଏହି ବୈଠକରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସମସ୍ତ ମହାନ ବେକ୍ତି ମାନଙ୍କୁ ମନେ ପକାଇବା ସହ ଆଗାମୀ ଦିନରେ ଓଡିଶା ରାଜ୍ୟ, ଓଡ଼ିଆ ଭାଷା, ସାହିତ୍ୟ, କଳା ଆଦିର ପ୍ରସାର ନିମନ୍ତେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ | ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚାଉ ପଟନାୟକ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କ ସହ ବ୍ରହ୍ମପୁର ଓ ଗୋପାଳପୁର ର ବହୁ ବରିଷ୍ଠ ନେତା, ସମସ୍ତ କର୍ପୋରେଟର ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق