BREAKING
Loading...
:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନୂତନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନୂତନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି



 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନୂତନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ସେଥିରେ ରହିଛି:-- କନକତୋରା-ଝାରସୁଗୁଡା ରାସ୍ତା ୪ ଲେନ ବିଶିଷ୍ଟ ହେବ। ୬୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ୨ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ୱାରା ଏହି ସଡ଼କରେ ୧୧ଟି ବ୍ଲାକ୍‍ ସ୍ପଟ୍‍ ଦୂର ହେବ। ଯାତ୍ରା ସମୟ ୩ ଘଣ୍ଟାରୁ କମି ୧ ଘଣ୍ଟା ହେବ।

 ବଡରମା ବନ୍ୟଜୀବ କ୍ଷେତ୍ରରେ ୪ ଲେନ୍‍ ବିଶିଷ୍ଟ ରାସ୍ତା ହେବ । ୨୭ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୫୦ କୋଟି ଟଙ୍କା ବିନିଯୋଗ ହେବ।



ପୁରୀ-କୋଣାର୍କ ଲିଙ୍କ ରୋଡ଼ ୪ ଲେନ ବିଶିଷ୍ଟ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୦୦ କୋଟି ଟଙ୍କା ବିନିଯୋଗ ହେବ।


ଭଞ୍ଜପୁର-ତେଲବଣୀ ରାସ୍ତା ୪ ଲେନ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୫୧୦ କୋଟି ବିନିଯୋଗ ହେବ।


 ମୋହନାରୁ - କୋରାପୁଟ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୦୨ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୫୨୬ କୋଟି ବିନିଯୋଗ ହେବ।


କୋଟାରୁ - ମୋଟୁ ପର୍ଯ୍ୟନ୍ତ ରାସ୍ତା ହେବ । ୧୮୬ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୬୦୦ କୋଟି ବିନିଯୋଗ ହେବ।


ଦେବଗଡ଼ – ଖେରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୭୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୪୭୨ କୋଟି ବିନିଯୋଗ ହେବ।


ଅଙ୍ଗ ନଦୀ ଉପରେ ୨ ଲେନ ବିଶିଷ୍ଟ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୩୫୦ କୋଟି ବିନିଯୋଗ ହେବ।


 ପୋଡମାରୀ – ମୋହନା ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୩୫୦ କୋଟି ଟଙ୍କା ବିନିଯୋଗ ହେବ।


କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୯୨ କୋଟି ଟଙ୍କା ବିନିଯୋଗ ହେବ।


 ସୋନପୁରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୮ କୋଟି ଟଙ୍କା ବିନିଯୋଗ ହେବ।

 ଆସ୍କା ସହରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୧୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୫ କୋଟି ଟଙ୍କା ବିନିଯୋଗ ହେବ।


 କୋଲାବିରାରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୨୦ କୋଟି ଟଙ୍କା ବିନିଯୋଗ ହେବ।


 ଏହା ସହିତ ଓଡ଼ିଶା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ୮ ଟି ବାଇପାସ୍‍ ମଧ୍ୟ ମଞ୍ଜୁର କରିଥିଲେ। ଏହି ବାଇପାସ୍‍ ଗୁଡ଼ିକ ହେଲା ବ୍ରହ୍ମପୁର, ସମ୍ୱଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ରାୟଗଡ଼ା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS