ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନୂତନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନୂତନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ସେଥିରେ ରହିଛି:-- କନକତୋରା-ଝାରସୁଗୁଡା ରାସ୍ତା ୪ ଲେନ ବିଶିଷ୍ଟ ହେବ। ୬୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ୨ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ୱାରା ଏହି ସଡ଼କରେ ୧୧ଟି ବ୍ଲାକ୍ ସ୍ପଟ୍ ଦୂର ହେବ। ଯାତ୍ରା ସମୟ ୩ ଘଣ୍ଟାରୁ କମି ୧ ଘଣ୍ଟା ହେବ।
ବଡରମା ବନ୍ୟଜୀବ କ୍ଷେତ୍ରରେ ୪ ଲେନ୍ ବିଶିଷ୍ଟ ରାସ୍ତା ହେବ । ୨୭ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୫୦ କୋଟି ଟଙ୍କା ବିନିଯୋଗ ହେବ।
ପୁରୀ-କୋଣାର୍କ ଲିଙ୍କ ରୋଡ଼ ୪ ଲେନ ବିଶିଷ୍ଟ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୦୦ କୋଟି ଟଙ୍କା ବିନିଯୋଗ ହେବ।
ଭଞ୍ଜପୁର-ତେଲବଣୀ ରାସ୍ତା ୪ ଲେନ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୫୧୦ କୋଟି ବିନିଯୋଗ ହେବ।
ମୋହନାରୁ - କୋରାପୁଟ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୦୨ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୫୨୬ କୋଟି ବିନିଯୋଗ ହେବ।
କୋଟାରୁ - ମୋଟୁ ପର୍ଯ୍ୟନ୍ତ ରାସ୍ତା ହେବ । ୧୮୬ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୬୦୦ କୋଟି ବିନିଯୋଗ ହେବ।
ଦେବଗଡ଼ – ଖେରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୭୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୪୭୨ କୋଟି ବିନିଯୋଗ ହେବ।
ଅଙ୍ଗ ନଦୀ ଉପରେ ୨ ଲେନ ବିଶିଷ୍ଟ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୩୫୦ କୋଟି ବିନିଯୋଗ ହେବ।
ପୋଡମାରୀ – ମୋହନା ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୩୫୦ କୋଟି ଟଙ୍କା ବିନିଯୋଗ ହେବ।
କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୯୨ କୋଟି ଟଙ୍କା ବିନିଯୋଗ ହେବ।
ସୋନପୁରରେ ୨ ଲେନ ବିଶିଷ୍ଟ ବାଇପାସ୍ । ୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୮ କୋଟି ଟଙ୍କା ବିନିଯୋଗ ହେବ।
ଆସ୍କା ସହରରେ ୨ ଲେନ ବିଶିଷ୍ଟ ବାଇପାସ୍ । ୧୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୫ କୋଟି ଟଙ୍କା ବିନିଯୋଗ ହେବ।
କୋଲାବିରାରେ ୨ ଲେନ ବିଶିଷ୍ଟ ବାଇପାସ୍ । ୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୨୦ କୋଟି ଟଙ୍କା ବିନିଯୋଗ ହେବ।
ଏହା ସହିତ ଓଡ଼ିଶା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ୮ ଟି ବାଇପାସ୍ ମଧ୍ୟ ମଞ୍ଜୁର କରିଥିଲେ। ଏହି ବାଇପାସ୍ ଗୁଡ଼ିକ ହେଲା ବ୍ରହ୍ମପୁର, ସମ୍ୱଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ରାୟଗଡ଼ା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق