BREAKING
Loading...
:

ନବ ନିର୍ବାଚିତ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ମମତା ଭୋଳଙ୍କ ଦାୟିତ୍ୱ ଗ୍ରହଣ

 ନବ ନିର୍ବାଚିତ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ମମତା ଭୋଳଙ୍କ ଦାୟିତ୍ୱ ଗ୍ରହଣ

ବେଲଗୁଣ୍ଠା (ମଣିଭଦ୍ରା ଖବର) ବେଲଗୁଣ୍ଠା ବ୍ଳକ୍ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦେହାନ୍ତ ପରେ କିଛିଦିନ ଧରି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଆସିଥିଲେ I ଏହାପରେ ବ୍ଳକ୍ ଅଧ୍ୟକ୍ଷ ଉପ ନିର୍ବାଚନରେ ବଡ଼ ବୋର୍ସିଂ ସମିତିସଭ୍ୟା ବିଜୟୀ ହୋଇଥିବା ବେଳେ ସେ ଆଜି ପଂଚାୟତ ସମିତି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ବ୍ଳକ୍ ଅଧ୍ୟକ୍ଷା ମମତା ଭୋଳ ଆଜି ପ୍ରଥମେ ବେଲଗୁଣ୍ଠା ଆରାଧ୍ୟ ଲକ୍ଷ୍ମୀ ନୃସିଂହଙ୍କ ନିକଟରେ ପୂଜାର୍ଚ୍ଚନା କରି ଦିନ ବାର ଘଣ୍ଟା ସମୟରେ ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ନିଜ ଆସନ ଅଳଙ୍କୃତ କରିଥିଲେ I ଏହାପରେ ତାଙ୍କୁ ବ୍ଳକ୍ ପ୍ରଶାସନ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା I ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଂଚାୟତରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ,ଜିଲ୍ଲାପରିଷଦ ଏବଂ ବହୁ କର୍ମୀ ଶ୍ରୀମତୀ ଭୋଳଙ୍କୁ ଶୁଭେଚ୍ଛା ଜଣାଇଥିଲେ I ମମତା ଭୋଳ ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରାକ୍ତନ  ଅଧ୍ୟକ୍ଷ ସ୍ଵର୍ଗତ ପ୍ରଶାନ୍ତ କୁମାର ନାୟକଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଶୀର୍ବାଦ ଭିକ୍ଷା କରି ଆସନ ଅଳଙ୍କୃତ କରିଥିଲେ I ନୂତନ ବ୍ଳକ୍ ଅଧ୍ୟକ୍ଷା ମମତା ଭୋଳଙ୍କୁ ବଡ଼ ବୋର୍ସିଂ ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ଵର ପାତ୍ର,ବେଣୀପଲ୍ଲୀ ସରପଞ୍ଚ ତଥା ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଦୁର୍ଗା ମାଧବ ନାୟକ, ଜିଲ୍ଳାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ,ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ,ସରପଞ୍ଚ ସୁପ୍ରଭା ଗୌଡ଼, ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ପିନାକୀନି ବିଷୋୟୀ,ମମତା ମହାନ୍ତି, ସରପଞ୍ଚ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ, ପୂର୍ବତନ ସମିତିସଭ୍ୟ ଦେବେନ୍ଦ୍ର ଗୌଡ଼, ତୁଷାର ବିଷୋୟୀ, ଯୁବ ବିଜେଡ଼ି ନେତା ମାଧବ ଚନ୍ଦ୍ର ଆପଟ,ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼,ଜୟରାମ ନାୟକ, ଦିଲ୍ଲୀପ୍ କୁମାର ଜେନା, ବରିଷ୍ଠ ବିଜେଡ଼ି ନେତା ଉମା ନାୟକ,ଶରତ କୁମାର ସ୍ୱାଇଁଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଏବଂ ବିଜେଡ଼ି କର୍ମୀ ନବ ନିର୍ବାଚିତ ବ୍ଳକ୍ ଅଧ୍ୟକ୍ଷାଙ୍କୁ ସ୍ୱାଗତ କରିଥିଲେ Iଆଗାମୀgh ଦିନରେ ସମସ୍ତଙ୍କୁ ନେଇ ବେଲଗୁଣ୍ଠା ବ୍ଳକ୍ ର ଉନ୍ନୟନମୂଳକ କାର୍ଯ୍ୟ କରିବେ ବୋଲି ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ଭୋଳ ପ୍ରକାଶ କରିଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS