BREAKING
Loading...
:

ବୁଢ଼ାବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶୁଭାରମ୍ଭ

 ବୁଢ଼ାବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶୁଭାରମ୍ଭ 

(ମଣିଭଦ୍ରା ଖବର) ଆଜି ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ପ୍ରତ୍ୟେକ ଦ୍ବୀବାର୍ଷିକ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଏପ୍ରିଲ 03 ଏବଂ 04 ତାରିଖ ମଧ୍ଯ ରାତ୍ର 12 ଘଣ୍ଟ ସମୟରେ ଦେଶିବେହେରା ଦୁର୍ଗାପ୍ରସାଦ ଏବଂ ତାଙ୍କ ଧର୍ମ ପତ୍ନୀଙ୍କ ଦ୍ବାରା ମାଁ ବୁଢୀ ଠାକୁରାଣୀଙ୍କୁ ତାଙ୍କ ଶାଶୁ ଘରୁ ମାଁଘରକୁ କରାଯାଇଥିବା ନିମନ୍ତ୍ରଣ ପ୍ରକାରେ  ମାଁଙ୍କୁ ବିରାଟ ପଟୁଆରରେ ଅଣାଯାଇଛି। ଉକ୍ତ ଯାତ୍ରାରେ ପୁର୍ବରୁ ଚଳି ଆସୁଥିବା ସମସ୍ତ ନୀତିନିୟମ ପାଳନ କରା ଯାଇ ଥିଲା। ଏହି  ସ୍ବାଗତ କାର୍ଯ୍ଯକ୍ରମରେ ପୁର୍ବତନ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ ସହ ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଏବଂ ତାଙ୍କ ବିଶାଳ ସମର୍ଥନ ଏବଂ ମହାନଗର ନିଗମର ବହୁ କର୍ପୋରେଟର ମାନେ ଏବଂ ପୁର୍ବତନ ବିଡିଏ ଅଧକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମହାରଣା ଉପସ୍ଥିତ ରହି ମାଁଙ୍କୁ ଦେଶିବେହେରା ସାହି ସ୍ଥିତ ଅସ୍ଥାଇ ମଣ୍ଡପକୁ ପାଛୋଟି ଆଣିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS