ମଣିଭଦ୍ରା ଖବରର ମହାପ୍ରଭାବ,ଖବର ପ୍ରକାଶ ପରେ ପିଲାଙ୍କୁ ମିଳିଲା ପାଠ୍ୟ ପୁସ୍ତକ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ନୂତନ ଶିକ୍ଷାବର୍ଷ ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପିଲାଙ୍କୁ ବହି ପ୍ରଦାନ କରାଯାଇନଥିଲା । ସରକାର ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପ୍ରବେଶ ଉତ୍ସବ ପାଳନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଶିକ୍ଷା ପାଇଁ ନିତାନ୍ତ ଆବଶ୍ୟକ ବହି ଦେବାକୁ ଭୂଲିଗଲେ । ଏ ସମ୍ପର୍କରେ ଆଜି ସକାଳେ କେବଳ ମଣିଭଦ୍ରା ଖବରରେ "ଶିକ୍ଷା ବର୍ଷ ଆରମ୍ଭ, ପିଲାମାନଙ୍କୁ ମିଳିଲାନି ପୁସ୍ତକ" ସମ୍ପର୍କିତ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ଚଳଚଞ୍ଚଳ ହୋଇପଡିଛି ଶିକ୍ଷା ବିଭାଗ । ଦିବା ୨ ଘଟିକା ମଧ୍ୟରେ ଖଣ୍ଡପଡ଼ା ଅଞ୍ଚଳରେ ଅବସ୍ଥିତ ୮୬ ଗୋଟି ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ୧୪ ଗୋଟି ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ୧୩୨୭୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ଯ ପୁସ୍ତକ ବଣ୍ଟନ କରାଯାଇଥିବା ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କର ଓ ବିଆରସିସି ନାରାୟଣ ଦାଶ ପ୍ରକାଶ କରିଛନ୍ତି । ତେବେ ଅଭିଭାବକ ମାନେ ମଣିଭଦ୍ରା ଖବର ପରିବାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment