BREAKING
Loading...
:

ଶିକ୍ଷା ବର୍ଷ ଆରମ୍ଭ,ପିଲା ମାନଙ୍କୁ ମିଳିଲା ନାହିଁ ପାଠ୍ୟ ପୁସ୍ତକ

 ଶିକ୍ଷା ବର୍ଷ ଆରମ୍ଭ,ପିଲା ମାନଙ୍କୁ ମିଳିଲା ନାହିଁ ପାଠ୍ୟ ପୁସ୍ତକ 


ଖଣ୍ଡପଡ଼ା ୨,୪( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକର ସମସ୍ତ ବିଦ୍ୟାଳୟ ର ଚଳିତ ଶିକ୍ଷ୍ୟା ବର୍ଷ ବୁଧବାର ଦିନ ଠାରୁ ଆରମ୍ଭ ହେଉଛି। ବ୍ଲକ ଅଧିନ  ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ସହ ଛାତ୍ର ଛାତ୍ରୀ ମାନଙ୍କୁ ଖଡ଼ି ଛୁଆଁ ଆରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାତ୍ର ବିଦ୍ୟାଳୟ ର ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କୁ ଅଦ୍ୟାବଧି ସରକାର ଙ୍କ ପକ୍ଷରୁ ପାଠ୍ୟ ପୁସ୍ତକ ଯୋଗାଣ ରେ ବିଳମ୍ବ ଦେଖିବାକୁ ମିଳୁଛି। ଫଳରେ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପାଠ୍ୟ ପୁସ୍ତକ ବିନା ବିଦ୍ୟାଳୟ ର ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ରେ ଯୋଗଦାନ ଦେବାକୁ ଅଭିଭାବକମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଶିକ୍ଷା ବିଭାଗ ଏହି ଅଜବ ନିତି କୁ ନେଇ ଜନସାଧାରଣ ଙ୍କ ମନରେ ଅସୋନ୍ତୋଷ ପ୍ରକାଶ ପାଇଛି।

ଖଣ୍ଡପଡ଼ା ବ୍ଲକ ଓ ଜିଲ୍ଲା ଶିକ୍ଷା ଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପାଠ୍ୟ ପୁସ୍ତକ ଯୋଗାଣ କରିବା ପାଇଁ ସାଧାରଣରେ ଦାବୀ ରଖିଛନ୍ତି। ବିଦ୍ୟାଳୟ ରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ଯୋଗାଇ ଦିଆଯିବାର ବେବସ୍ଥା ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଅଭିଭାବକ ଓ ସାଧାରଣରେ ଦାବୀ ରଖିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 


Post a Comment

Previous Post Next Post
Header ADS