BREAKING
Loading...
:

ଦଶପଲ୍ଲା ରେ ଆୟୁଷ୍ମାନ ଭାରତ ଯୋଜନା , ପାଇଁ ସାମ୍ବାଦିକ ସମ୍ମିଳନୀ ।

 ଦଶପଲ୍ଲା ରେ ଆୟୁଷ୍ମାନ ଭାରତ  ଯୋଜନା , ପାଇଁ ସାମ୍ବାଦିକ ସମ୍ମିଳନୀ ।

ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ବଦଳିଛି ସରକାର ,ବଦଳିଛି ଯୋଜନା ।  ଜନସାଧାରଣଙ୍କ ସ୍ଵାସ୍ଥ୍ୟ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । ପ୍ରଧାନମନ୍ତ୍ରୀ ମୋଦିଜୀ, ବିଭିନ୍ନ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ଵ ଦେଇ ,ଅନେକ ଜନହିତୈଷିଣୀ ପ୍ରୟାସ ଜାରୀ  ରଖୁଛନ୍ତି । ସେଥିମଧ୍ୟରୁ ଆୟୁଷ୍ମାନ ଭାରତ ଯୋଜନା ଅନ୍ୟତମ  । ତତ୍ ସହିତ ପ୍ରଧାନ ମନ୍ତ୍ରୀ ଜନଆରୋଗ୍ୟ ଯୋଜନା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ ପ୍ରଦାନ କରିବା ଏକ ଅନନ୍ଯ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଥିବା ପୂର୍ବ ସରକାରଙ୍କ ଦ୍ୱାରା ଲାଗୁ କରାଯାଇ ନଥିଲା । ମାତ୍ର ବର୍ତମାନ ଓଡିଶା ସରକାର ଏହି ଯୋଜନାକୁ ଏପ୍ରିଲ ୧୧ ତାରିଖରୁ ଲାଗୁ କରିବାକୁ ଯାଉଛନ୍ତି । ଯଦ୍ଵାରା ଓଡିଶାରେ ପ୍ରାୟ ୩.୫ କୋଟିରୁ ଉର୍ଦ୍ଧ୍ବ ର୍ପଛୁଆ  ବର୍ଗର ଲୋକ ଉପକୃତ ଓ ଲାଭବାନ ହେବେ ।  ଏଥି ସକାଶେ ଦଶପଲ୍ଲା ବ୍ଲକ୍ କାର୍ଯ୍ୟାଳୟ ରେ ଅତିରିକ୍ତ ଜନ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ଡ ବନମାଳୀ ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୂକାରୀ ସନ୍ଦିପ ସ୍ଵାଇଁ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧୁକାରୀ ପୂର୍ଣ୍ଣ ଚନ୍ଦ୍ର କବି, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ତୁଷାର ରଞ୍ଜନ ସାହୁ, ବି ପି ଓ ପ୍ରିୟ ରଞ୍ଜନ ସାହୁଙ୍କ ଉପସ୍ଥିତି ରେ ଏକ ସାମ୍ବାଦିକ ସମ୍ମିଳନୀ  କରି ଏହି ଯୋଜନା ସଂମ୍ପର୍କ ରେ ଅବଗତ କରାଇଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS