ଗଂଜେଇ କରିଡୋର୍ ରୁ ଗଂଜେଇ ଜବତ୍ ।
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଗଂଜେଇ ଚୋରା ଚାଲାଣକାରୀକଂ ନିରାପଦ କରିଡୋର୍ ପାଲଟିଥିବା ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର
ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ଏସ୍ ଆର୍ ହୋଟେଲ ସନ୍ନିକଟରୁ ଅବକାରୀ ବିଭାଗ ଏକ କାର୍ ( ଓଡି ୦୨ ଏକେ ୫୫୧୧) କୁ ଜବତ୍ କରିବା ସହିତ ସେଥୁରୁ ୮୩ କେଜି ଗଞ୍ଜେଇ ଜବତ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଘଟଣାରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁରର ଶ୍ରୀନିବାସ ବେହେରାଙ୍କ ପୁତ୍ର ରାଜ କିଶୋର ବେହେରାଙ୍କୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ନୟାଗଡ଼ ଓ ଦଶପଲ୍ଲା ଅବକାରୀ ବିଭାଗ ମିଳିତ ଟିମ୍ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉରେ
ଅବକାରୀ ବିଭାଗ ଏସ୍ ଆଇ ଭବାନୀ ଶଙ୍କର ବେହେରା ଓ ଚିନ୍ମୟ ଦଳେଇଙ୍କ ସମେତ କର୍ମଚାରୀ ପ୍ରହଲ୍ଲାଦ ପ୍ରଧାନ, ସନ୍ତୋଷ ପ୍ରଧାନ, ସଞ୍ଜୀବ ମହାପାତ୍ର, ପ୍ରଦୀପ୍ତ କୁମାର ନାଏକ, ବ୍ରଜ ନାଏକ ଓ ଭାରତୀ ବରାଡ଼ ପ୍ରମୁଖ ସାମିଲ ହୋଇଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment