୧୫ ଦଣ୍ଡ କାମନା ଙ୍କ ମହା ମିଳନ ଉତ୍ସବ ମଧୁବନ ପଡିଆଠାରେ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ ଦଣ୍ଡ କାମନା ଙ୍କ ଆମନ୍ତ୍ରଣ କ୍ରମେ ୩ ୟ ବାର୍ଷିକ ୧୫ ତମ ଦଣ୍ଡ କାମନା ଙ୍କ ମହା ମିଳନ ଉତ୍ସବ ବୁଧବାର ଦିନ ସଂଧ୍ୟାରେ ମଧୁବନ ପଡିଆଠାରେ ଆୟୋଜିତ ହୋଇଯାଇଛି। ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ ଦଣ୍ଡ କାମନା ପୀଠର ମାନସିକ ବ୍ରତ ଧାରୀ ଦଣ୍ଡୁଆ ଙ୍କ ଦ୍ବାରା ନିମନ୍ତ୍ରଣ ରକ୍ଷା କରି ଏହି ଉତ୍ସବ ରେ ଖଣ୍ଡପଡ଼ା-ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ, ସୁନା ଖେଳା-ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ, ଚମ୍ପତୀ ପୁର-ଶ୍ରୀଶ୍ରୀ ବାଲୁଙ୍କେଶ୍ଵର ଦେବ ,ପୀଟସାହି- ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ ,ସାହଶପୁର -କପିଳେଶ୍ଵର ଦେବ , ମଧ୍ୟଖଣ୍ଡ-ଶ୍ରୀଶ୍ରୀ ସ୍ୱପ୍ନେଶ୍ଵର ଦେବ ,ଶୁକଳଗାଡିଆ-ଶ୍ରୀଶ୍ରୀସୋମନାଥ ଦେବ , ଗଦାଧର ପ୍ରସାଦ -ଶ୍ରୀ ଶ୍ରୀ ଲୋକନାଥ ଦେବ, ଗୋବିନ୍ଦ ପୁର-ଶ୍ରୀଶ୍ରୀ ସୋମନାଥ ଦେବ , ଶିଖରପୁର - ଶ୍ରୀ ଶ୍ରୀ ଲିଙ୍ଗରାଜ ଦେବ,
ମଙ୍ଗଳପୁର -ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ,ଖପରମଲ-, ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ,କାଚେରା ସାହି - ଶ୍ରୀ ଶ୍ରୀ ସୋମନାଥ ଦେବ ଚଳନ୍ତି ପ୍ରତିମା ଙ୍କ ସୁସଜ୍ଜିତ ଦୋଳ ପାଲିଙ୍କି ବିମାନରେ ଆଣି ଖଣ୍ଡପଡ଼ା ସହର ର ବଡ ପୋଖରୀରେ ଦଣ୍ଡୁଆ ଭକ୍ତ ଙ୍କ ସମାଗମ ହୋଇଥିଲା। ସେଠାରୁ ସମସ୍ତ ଚଳନ୍ତି ପ୍ରତିମା ମାନଙ୍କୁ ଫୁଲ ଚନ୍ଦନ ଓ କର୍ପୂର ଝୁଣା ଇତ୍ୟାଦି ଲେପନ କରି ଖଣ୍ଡପଡ଼ା ବଡ଼ଦାଣ୍ଡରେ ବାଦ୍ୟ ବାଦନ କରି ସମ୍ବୋଧିତ କରି ପ୍ରଭୁ ଶ୍ରୀ ଶ୍ରୀ ଦେବାଧିଦେବ ମହାଦେବ ଙ୍କ ବିଗ୍ରହ ଚଳନ୍ତି ପ୍ରତିମା ମାନଙ୍କୁ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ ଦଣ୍ଡ କାମନା ଘରେ ଏକାଠି ହୋଇ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲାଏହିମହାମେଳଣ ଉତ୍ସବ ରେ ଖଣ୍ଡପଡ଼ା ବ୍ଲକ ସମେତ ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କ ସମାଗମ ହୋଇଥିଲା। ସେଠାରୁ ପ୍ରଭୁ ବିଗ୍ରହ ମାନଙ୍କୁ ନେଇ ସ୍ଥାନୀୟ ମଧୁବନ ପଡିଆଠାରେ ସ୍ଵତନ୍ତ୍ର ଆୟୋଜିତ ମେଳଣ ପଡ଼ିଆରେ ଅବସ୍ଥାପନ୍ନ କରି ଥିଲେ। ପୁଜା ର୍ଜନା କରି ଘଣ୍ଟ ବାଦ୍ୟ ବାଦନ କରି ସେଠାରେ ଉପସ୍ଥିତି ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ ନିମନ୍ତେ ପ୍ରଭୁ ଙ୍କ ନିକଟ ରେ ଝୁଣା ଧୂପ ହକ ଦେଇ ଗ୍ରାମ ବାସିନ୍ଦା ଙ୍କ ମଙ୍ଗଳ କାମନା କରି ଥିଲେ।ଅଘୋରି ବାଵାଙ୍କ ଅଘୋର ନୃତ୍ୟ ପରିବେଷଣ କରିଥିଲେ, ଘଣ୍ଟ ବାଦ୍ୟ ଶହ ଦଣ୍ଡୁଆଭକ୍ତମାନେ ବିଭିନ୍ନ ପ୍ରକାରର ଅସାଧ୍ୟ ନିଆଁ ଖେଳ ନୀୟମନିଷ୍ଠ ନୀତିରେ ସେବକମାନେ ଉପସ୍ଥିତ ଥିଲେ। ରଙ୍ଗ ବିରଙ୍ଗ ଆଲୋକ ର ବାଣଫୁଟା ଯାଇ ଥିଲା ପଣା ଭୋଗ ର ବନ୍ଦୋବସ୍ତ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯୋଗଦାନ ଦେଇ ଥିଲେ। ସମସ୍ତ ଜନସାଧାରଣ ଙ୍କ ପାଇଁ ପ୍ରସାଦ ପଣା ସେବନର ବନ୍ଦୋବସ୍ତ ହୋଇଥିଲା। ଏହି ଉତ୍ସବ କାର୍ଯ୍ୟ କ୍ରମ ରେ ଖଣ୍ଡପଡ଼ା ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ସମେତ ଖଣ୍ଡପଡ଼ା ତହସିଲଦାର ବିଶ୍ଵଵିସ୍ତୃତ ତ୍ରୀପାଠୀ ଙ୍କ ସହିତ ଧର୍ମ ପତ୍ନୀ ଯୋଗଦାନ ଦେଇ ପ୍ରଭୁଙ୍କ ବିରଳ ସମାଗମ ଦର୍ଶନ କରି ଥିଲେ। ଏହା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସମସ୍ତ ଜନସାଧାରଣ ଙ୍କ ନିମନ୍ତେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ମାନସିକ ବ୍ରତ ଧାରୀ ଦଣ୍ଡୁଆ ମାନେ ନିଷ୍ଠା କାଷ୍ଠାରସହ ନିଜନିଜର ପିଠ ଶକ୍ତି ବିଗ୍ରହ ମାନଙ୍କୁ ନେଇ ଏକ ବିରାଟ ସୋଭାଯାତ୍ରାରେ ଏହି ଉତ୍ସବ ରେ ଯୋଗଦାନ ଦେଇ ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ। କରିବା ନିମନ୍ତେ ଏଠାକୁ ବିଜେ କରି ଥିଲେ ସେଥିପାଇଁ ସମସ୍ତ ଜନସାଧାରଣ ଭକ୍ତଙ୍କ ଭିଡ଼ ଲାଗିରହିଥଲା ଏଥିପ୍ରତି ପ୍ରଶାସନ ଙ୍କ ଠାରୁ ଆରମ୍ଭ କରି ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭାବେ କରାଯାଇଥିଲା। ପ୍ରଭୁ ଶ୍ରୀ ଶ୍ରୀ ମହାଦେବ ଶିବଙ୍କ ବିଗ୍ରହ ଚଳନ୍ତି ପ୍ରତିମା ମାନଙ୍କୁ ମେଳଣ ପଡ଼ିଆରେ ଅବସ୍ଥାପନ୍ନ କରି ପୂଜାବିଧି ସମ୍ପନ୍ନ କରି ଠାକୁରଙ୍କୁ ନିଜନିଜର ପିଠ ସ୍ଥାନକୁ ପ୍ରତ୍ୟାର୍ବନ କରିଥିଲେ। ଏପରି ପେଖିରେ ମନ୍ଦିର ପ୍ରାଙ୍ଗଣରେ ଓ ବାହାର ସୁସଜ୍ଜିତ କରି ରଙ୍ଗବେରଙ୍ଗ ଝୋଟି ଚିତା ଆଦି ପୂର୍ଣ୍ଣ କୁମ୍ଭ,ଦିପ ଲଗାଇ ନୂତନ ଲୁଗା ରାସ୍ତା ରେ ପାରି ପ୍ରଭୁ ଙ୍କ ଆଗମନ କୁ ଭକ୍ତିର ସହ ପୁଜା ର୍ଜନା କରି ଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
।


Post a Comment