BREAKING
Loading...
:

ପଞ୍ଜିକୃତ ହେଲା ସମ୍ପର୍କ କ୍ଳବ୍ କିଶୋରପ୍ରସାଦ

 ପଞ୍ଜିକୃତ ହେଲା ସମ୍ପର୍କ କ୍ଳବ୍ କିଶୋରପ୍ରସାଦ 


ଗଣିଆ (ମଣିଭଦ୍ରା ଖବର) ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟ କିଶୋରପ୍ରସାଦର ୧୯୯୨ ମସିହା ମ୍ୟାଟ୍ରିକ ବ୍ୟାଚର ଯୁବକ ମାନଙ୍କୁ ନେଇ ଗଢ଼ି ଉଠିଥିବା ସମ୍ପର୍କ କ୍ଳବ୍ । ପ୍ରଥମେ କେବଳ ରକ୍ତଦାନ ଶିବିର କରି ରକ୍ତହିନତାରୁ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମୁହଁରେ ହସ ଫୁଟାଇବା ପରେ ପରେ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟୋପକରଣ ଯୋଗାଇବା, ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରିବା, ପଥପ୍ରାନ୍ତ ସଭା ମାଧ୍ୟମରେ ନିଶା ନିବାରଣ କରିବା,ଜଳସେବା, ଦୁଃସ୍ଥ ଅସହାୟ ବ୍ୟକ୍ତିଙ୍କୁ ଥଇଥାନ କରିବା ଆଦି କାର୍ଯ୍ୟକ୍ରମ କରି ଅଞ୍ଚଳରେ ବେଶ୍ ସୁନାମ ଲାଭ କରିଛନ୍ତି । ତେବେ ଦୀର୍ଘ ଦିନ ହେବ ଅଣ ପଞ୍ଜିକୃତ ଥିବା ଅନୁଷ୍ଠାନଟି ଜିଲ୍ଲାପାଳଙ୍କ ଦ୍ବାରା ପଞ୍ଜିକୃତ ହୋଇ ପଞ୍ଜିକୃତ ପ୍ରମାଣପତ୍ର ଲାଭ କରିଥିବାରୁ ଅନୁଷ୍ଠାନର ସଦସ୍ୟଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଛି । ଆଗାମୀ ଦିନରେ ଏହି ଅନୁଷ୍ଠାନ ସମାଜ କଲ୍ୟାଣ ଦିଗରେ ଅଗ୍ରସର ହେବ ବୋଲି ଅନୁଷ୍ଠାନର ସଭାପତି ମାନସ ମହାରଣା ଏବଂ ସମ୍ପାଦକ ସୁରେଶ କୁମାର ବେହେରା ପ୍ରକାଶ କରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS