BREAKING
Loading...
:

ପୁଣିଥରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ହେଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

 ପୁଣିଥରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ହେଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା 

ଗଣିଆ (ମଣିଭଦ୍ରା ଖବର) ବିଜୁ ଜନତା ଦଳର ସାଂଗଠନିକ ପଦପଦବୀର ପୁର୍ନବିନ୍ୟାସ ଘଟିଥିବା ବେଳେ ପୁଣିଥରେ ନୟାଗଡ଼ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି ଦଶପଲ୍ଲାର ଲୋକପ୍ରିୟ ନେତା ବିଧାୟକ ରମେଶ ଚନ୍ଦ୍ର ବେହେରା । ଶ୍ରୀ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣିଥରେ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଶ୍ରୀ ବେହେରାଙ୍କ ବଳିଷ୍ଠ ନେତୃତ୍ବ ତଥା ଲୋକପ୍ରିୟତା ତାଙ୍କୁ ପୁଣିଥରେ ଜିଲ୍ଲା ସଭାପତି ପଦରେ ଅବସ୍ଥାପିତ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ଉକ୍ତ ଘଟଣା ପ୍ରଚାରିତ ହେବା ପରେ ନୟାଗଡ଼ ବିଜେଡ଼ି କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ନିନ୍ଦୁକ ମାନଙ୍କର ମୁହଁ ବନ୍ଦ ହୋଇଯାଇଛି । ବିଧାୟକ ଶ୍ରୀ ବେହେରା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ତଥା ନୟାଗଡ ବିଜୁ ଜନତା ଦଳ ତରଫରୁ ବିଧାୟକଙ୍କୁ ଶୁଭେଛା ପ୍ରଦାନ କରିବା ସହିତ କୃତଜ୍ଞତା ପ୍ରଦାନ କରାଯାଇଛି । ଗଣିଆ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ବିଧାୟକ ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । କର୍ମୀ ଏବଂ ଶୁଭେଚ୍ଛୁ ମାନେ ବିଧାୟକଙ୍କୁ ତାଙ୍କ ଦଶପଲ୍ଲା ବାସଭବନରେ ଭେଟି ଶୁଭେଚ୍ଛା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS