BREAKING
Loading...
:

ସାମ୍ବାଦିକମାନେ ତୃତୀୟ ନୟନ ହୁଅନ୍ତୁ: ସୌମ୍ୟରଂଜନ*

 *ସାମ୍ବାଦିକମାନେ ତୃତୀୟ ନୟନ ହୁଅନ୍ତୁ: ସୌମ୍ୟରଂଜନ*



ବିଞ୍ଝାରପୁର (ମଣିଭଦ୍ରା ଖବର) ସାମ୍ବାଦିକମାନେ ନିଜକୁ ଚତୁର୍ଥ ସ୍ତମ୍ଭ ନ ଭାବି ତୃତୀୟ ନୟନ ହୁଅନ୍ତୁ ବୋଲି ରବିବାର ବିଞ୍ଝାରପୁର ପ୍ରେସ୍ ଫୋରମ୍ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ବିଞ୍ଝାରପୁର କଲ୍ୟାଣମଣ୍ଡପରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରେସ୍ ଫୋରମ୍ର ସଭାପତି ରାଣାପ୍ରତାପ ମହାପାତ୍ର ସଭାପତିତ୍ୱ କରିଥିଲେ।


ମୁଖ୍ୟଅତିଥି ସ୍ଥାନୀୟ ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସତ୍ୟ ଖବର ଉପରେ ଗୁରୁତ୍ୱାରୋପ କରିବା ସହ ସାମ୍ବାଦିକମାନଙ୍କ ସମସ୍ୟା ସଂପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ।


ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଅମିୟ ପାଣ୍ଡବ, ଏସ୍ୟୁଜେର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ, ‘ଆଉରା’ ସଂଘର ସଭାପତି ସୁଧାଂଶୁ ଶେଖର ରାଉତ, ବ୍ଲକ୍ ଅଧ୍ୟକ୍ଷା ରଞ୍ଜିତା ଦାସ, ପ୍ରେସ୍ ଫୋରମ୍ର ସମ୍ପାଦକ ଶୁଭକାନ୍ତ ଦାସ ପ୍ରମୁଖ ଯୋଗ ଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସାମ୍ବାଦିକ ଓ କାର୍ଯ୍ୟନିବୃତ୍ତ ସାମ୍ବାଦିକଙ୍କ ପାଇଁ ସରକାର ମାସକୁ ୨୫ ହଜାର ଟଙ୍କା ଭତ୍ତା, ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହୋଇଥିବା ପ୍ରତିନିଧିଙ୍କୁ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ମାନ୍ୟତା, ଭୁବନେଶ୍ୱରଠାରେ ୨ ଶହ ଶଯ୍ୟାବିଶିଷ୍ଟ ସାମ୍ବାଦିକ ଅତିଥିଭବନ ଏବଂ ପ୍ରତି ଜିଲ୍ଲା ସଦର ମହକୁମାରେ ସାମ୍ବାଦିକ ଭବନ ନିର୍ମାଣ କରିବାକୁ ଦାବି କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS