BREAKING
Loading...
:

ବରମକେଲା ଅଷ୍ଟପ୍ରହରୀ ନାମଯଜ୍ଞ ପୂର୍ଣ୍ଣାହୁତି ସମାପିତ

 ବରମକେଲା ଅଷ୍ଟପ୍ରହରୀ ନାମଯଜ୍ଞ ପୂର୍ଣ୍ଣାହୁତି ସମାପିତ


ସମ୍ବଲପୁର:ତା.୦୩/୦୪ (ମଣିଭଦ୍ରା ଖବର) 


ବରପାଲି ବ୍ଲକ ବରମକେଲା ହରିଜନ ପଡ଼ାରେ ତ୍ରିଦିବସୀୟ ଅଷ୍ଟପ୍ରହରି ନାମଯଜ୍ଞର ପୁର୍ଣ୍ଣାହୁତି ସମାପନ ହୋଇଯାଇଛି। ଗତ ରବିବାର ଭକ୍ତମାନଙ୍କ ଦ୍ବାରା ଅଧିବାସ ପର୍ବ ପାଳିତ ହେବା ସହ ପୂଜାକର୍ତ୍ତା ଓ ଭକ୍ତମାନଙ୍କ ଗହଣରେ କଲସ ଯାତ୍ରା ପରିକ୍ରମା ହୋଇଥିଲା। ପରେ କଳସ ସ୍ଥାପନ ସହ ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇ ଦିବାରାତ୍ର ହରିନାମ ସଂକିର୍ତ୍ତନ କରାଯାଇଥିଲା।ପରେ ହୋମଯଜ୍ଞ ଅନୁଷ୍ଠାନର ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଥିଲା। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ମହିଳା ସଂକିର୍ତ୍ତନ ଗାୟିକା ଦୀପା ନାଗ୍ ଓ ରିତୁ ସୁନାଙ୍କ ଦୁଇ ମହିଳା କିର୍ତ୍ତନ ଦଳ ଯଜ୍ଞରେ ଅଂଶଗ୍ରହଣ କରିଥିଲେ । ମୂଖ୍ୟ ପୂଜାକର୍ତ୍ତା ଭାବେ ଜୟ କିଷାନ କୁମ୍ଭାର ଓ ତାଙ୍କ ଧର୍ମପତ୍ନୀ ସୁନିତା କୁମ୍ଭାର ଦାୟିତ୍ୱ ଭାର ତୁଲାଇଥିଲେ। ପୁଜକ ଭାବରେ କେଶବ ଚରଣ ଦାସ ଏବଂ ତାଙ୍କ ସହଯୋଗୀ ହୃଷୀକେଶ ଦାସଙ୍କ ସହାୟତାରେ ପୂଜାର୍ଚ୍ଚନା ହୋଇଥିଲା। କମିଟି ସଭ୍ୟ ଚିଣ୍ଟୁ କୁମ୍ଭାର, ମାନସ କୁମ୍ଭାର,ବାରୁ କୁମ୍ଭାର, ସୁନିଲ ସାଗର, ବୁଲୁ କୁମ୍ଭାର , ଚନ୍ଦନ କୁମ୍ଭାର, ମହାଦେବ ବାଗ , ଶନି କୁମ୍ଭାର ଏବଂ ପଡାବାସୀ ସହଯୋଗ କରିଥିଲେ । ମହିଳା ସଂକିର୍ତ୍ତନ ଦେଖିବାକୁ ଵହୁ ସଂଖ୍ୟାରେ ଦର୍ଶକ ମାନେ ଯୋଗ ଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS