BREAKING
Loading...
:

ହାତୀ ମୃତ୍ୟୁ ପରେ ନରସିଂହପୁର ଜଙ୍ଗଲ ରେ ଗୟଳ ମୃତ, ଦୁଇ ବର୍ଷରେ ୪ ଗୟଳ ମୃତ

 ହାତୀ ମୃତ୍ୟୁ ପରେ ନରସିଂହପୁର ଜଙ୍ଗଲ ରେ ଗୟଳ ମୃତ, ଦୁଇ ବର୍ଷରେ ୪ ଗୟଳ ମୃତ



ନରସିଂହପୁର (ମାନସ କୁମାର ସାହୁ)

ହାତୀ ମୃତ୍ୟୁ କୁ ନେଇ ଚର୍ଚ୍ଚା ରେ ଥିବା ନରସିଂହପୁର ବନ ବିଭାଗ ଏବେ ଗୟଳ ମୃତ୍ୟୁ କୁ ନେଇ ଚର୍ଚ୍ଚା କୁ ଆସିଛି  ଦୁଇ ବର୍ଷ ମଧ୍ୟରେ 4 ଟି ଗୟଳ ଙ୍କର ମୃତ୍ୟୁ ଘଟିଲାଣି 

ସୂଚନା ରୁ ପ୍ରକାଶ ଯେ ନରସିଂହପୁର ପଶ୍ଚିମ ବନ ବିଭାଗ ଅନ୍ତର୍ଗତ ବାଲିକିଆରୀ ସରକ୍ଷିତ ଜଙ୍ଗଲ କମ୍ପାଣ୍ଟମେଣ୍ଟ 2 ର ବାଲିକିଆରୀ ନାଳ ନିକଟରେ ଗୋଟିଏ 12 ବର୍ଷ ର ପୁରୁଷ ଗୟଳ ର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। କୌଣସି କାରଣ ରୁ ଗୟଳ ର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ମାଟି ତାଡ଼ୁଥିବା ସମୟରେ କୌଣସି କାରଣରୁ  ଗୟଳ ଟି ର ମୃତ୍ୟୁ ଘଟିଥିବା ରେଞ୍ଜର ପ୍ରଦୀପ କୁମାର ନାୟକ କହିଛନ୍ତି।

ଗୟଳ ଟିର କିଛି ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଯେ  ଗତ 2023 ମସିହା ମେ ମାସ 19 ତାରିଖରେ ପଶ୍ଚିମ ବନ ବିଭାଗ ଅନ୍ତର୍ଗତ ଜୟପୁର ବୁଢୀଦେଇ ଡ୍ୟାମ ନିକଟରେ ଗୋଟିଏ 10 ବର୍ଷର  ଗୟଳ ର ମୃତ୍ୟୁ ଘଟିଥିବା ବେଳେ 2023 ଡିସେମ୍ବର ମାସ 23 ତାରିଖରେ ବାଲିକିଆରୀ  ଜଙ୍ଗଲରେ ଗୋଟିଏ 12 ବର୍ଷ ଗୟଳ ର ମୃତ୍ୟୁ ଘଟିଥିବା ବେଳେ 2024 ମସିହା ଜୁନ ମାସ 23 ତାରିଖରେ ବାରସିଙ୍ଗା ଜଙ୍ଗଲ ରେ 15 ବର୍ଷ ବୟସ ର ଆଉ ଗୋଟିଏ ଗୟଳ ର ମୃତ୍ୟୁ ଘଟିଥିଲା। ଏବେ ପୁଣି ଗୋଟିଏ ଗୟଳ ର ମୃତ୍ୟୁ ଘଟିଛି।

21 ମାସରେ କେବଳ ପଶ୍ଚିମ ବନ ବିଭାଗ ଅଧୀନରେ 4 ଟି ପୁରୁଷ ଗୟଳ ର ମୃତ୍ୟୁ ଘଟିଛି। ସମସ୍ତ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।

ମଣିଭଦ୍ରା ଖବର, କଟକ 


Post a Comment

Previous Post Next Post
Header ADS