BREAKING
Loading...
:

ଦୟା ନଦୀର ଜଳ ପଦୁଷରଣ ମୁକ୍ତ ଦାବିରେ ଗଣ ଆନ୍ଦୋଳନ

 ଦୟା ନଦୀର ଜଳ  ପଦୁଷରଣ ମୁକ୍ତ ଦାବିରେ ଗଣ ଆନ୍ଦୋଳନ 

ପୁରୀ (ମଣିଭଦ୍ରା ଖବର)  କଣାସ ବ୍ଲକ ହେଉଛି ଚାଷୀ ଭିତିକ ଅଞ୍ଚଳ ଏଠାରେ ବସ ବାସ କରୁଥିବା ଲୋକମାନେ  ଚାଷ  ଉପରେ ନିର୍ଭର କରନ୍ତି । ପାଣି କଥା କହିଲେ କୁଳୁ କୁଳୁ ବହିଯାଉଥିବା ଦୟା ନଦୀ କୂଳରେ ବସବାସ କରୁଥିବା ଗାଁ ଗୁଡିକ ଉକ୍ତ ନଦୀର ଦୂଷିତ ଜଳ ପାନକରି ଝାଡା ବାନ୍ତି ମହାମାରୀ ରୋଗରେ ପଡ଼ି ପୀଡିତ ହୋଉଛନ୍ତି। ବିଶେଷ କରି ଜାଗୁଳେଇ ପଦର, ଗୋପୀନାଥ ପୁର, ଗଡ଼ିଶା ଗଦା, କଉଡ଼ିଖଣି ଏ ଗାଁ ଗୁଡିକ ବେଶି ପ୍ରଭାବିତ ହୋଇଛି ଯାହାଦ୍ୱାରା ଏ  ଅଞ୍ଚଳ ରୁ ବହୁତ ମେଡିକାଲ ରେ ଚିକିତ୍ସା ହୋଥିବା ବେଳେ ଅନେକ ମୃତ୍ୟୁ ବରଣ କରିଛନ୍ତି ।  ଯାହାଉକୁ ନେଇ ଆଜି ଭାରତ ର କମ୍ୟୁନିଷ୍ଟ ପାଟି ସାତ ଦଫା ଦାବି ନେଇ ରାଜରାସ୍ତା କୁ ଓଲେଇ ଥିଲା । ମେଡିକାଲ ଛକ ରୁ ରାଲି ବାହାରି  କଣାସ ବ୍ଲକ ରେ ପହଁଚି   ବିଡ଼ିଓ ନାରାୟଣ ସାହୁ ଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ ।  ଏହି ରାଲିରେ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିବା ବେଳେ ଭିମସେନ ସ୍ୱାଇଁ, ଜମ୍ବେଶ୍ଵର ସାମନ୍ତରାୟ, ରାମଚନ୍ଦ୍ର ମହାପାତ୍ର, ଭାଗିରଥି ବେହେରା,ଦୀନବନ୍ଧୁ ଦାସ ସହଯୋଗ କରିଥିଲେ ।

ଡ଼.ପ୍ରଦୀପ୍ଣ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS