BREAKING
Loading...
:

ରାଜ୍ୟରେ ୧୦୮ ଭଳି ଆରମ୍ଭ ହେବାକୁ ଯାଉଛି ୧୦୯ ସେବା, ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ନେବ ଘରକୁ କିମ୍ବା ଶ୍ମଶାନକୁ

 ରାଜ୍ୟରେ ୧୦୮ ଭଳି ଆରମ୍ଭ ହେବାକୁ ଯାଉଛି ୧୦୯ ସେବା, ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ନେବ ଘରକୁ କିମ୍ବା ଶ୍ମଶାନକୁ

ଏବେ ୧୦୮ରେ ଫୋନ୍ କଲେ ଲୋକଙ୍କ ପାଖରେ ପହଞ୍ଚୁଥିଲା ଆମ୍ବୁଲାନ୍ସ । ୨୦ରୁ ୩୦ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ସହ ଆହତ ଓ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଉଥିଲା । ଠିକ୍ ସେହିପରି ରାଜ୍ୟରେ ୧୦୯ ସେବା ଆରମ୍ଭ ହେବାକୁ ଯାଉଛି । ଯଦି କୌଣସି ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୁଏ ତେବେ ତାଙ୍କୁ ହସ୍ପିଟାଲରୁ ଘରକୁ କିମ୍ବା ଶ୍ମଶାନକୁ ନିଆଯିବ ।


ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ।


ଫୋନ୍ କରିବାର ୨୦ରୁ ୩୦ମିନିଟ ମଧ୍ୟରେ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏନେଇ ବଜେଟ୍‌ରେ ସ୍ଵତନ୍ତ୍ର ଅର୍ଥ ବରାଦ ହୋଇଛି । ଏହାଦ୍ବାରା ସରକାରୀ ହସ୍ପିଟାଲରେ ମୃତ୍ୟୁ ପରେ ଶବ ନେବାରେ ଯେଉଁ ସମସ୍ୟା ହେଉଛି ତାହା କମିଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS