BREAKING
Loading...
:

ନିଜ କୁ ମନ୍ତ୍ରୀ ଙ୍କ ପାଖ ଲୋକ କହି ଠକେଇ କରିବା ପଡିଲା ମହଙ୍ଗା

 *ନିଜ କୁ ମନ୍ତ୍ରୀ ଙ୍କ ପାଖ ଲୋକ କହି ଠକେଇ କରିବା ପଡିଲା ମହଙ୍ଗା*



ବଲାଙ୍ଗୀର (ମଣିଭଦ୍ରା ଖବର) ନିଜ କୁ ମନ୍ତ୍ରୀ, ନେତା ଙ୍କ ପାଖ ଲୋକ କହି ଠକେଇ କରୁଥିବା ଜଣେ ଯୁବକ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ଲୋଇସିଂହା ପୋଲିସ।ଉକ୍ତ ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର  ବ୍ଲକ ନଅ ଗାଁ( ଖ ) ନିକଟସ୍ଥ ଦାସପାଲି ଗ୍ରାମ ର ଜିତେନ୍ଦ୍ର ଦାସ । ଜିତେନ୍ଦ୍ର  ନିଜ କୁ ମନ୍ତ୍ରୀ ଙ୍କ ଲୋକ କହି ଡାକ୍ତର ଖାନା ରେ ଚାକିରୀ, ବଦଳୀ, ପଦୋନ୍ନତି ସହ ଠିକା କାମରେ ସହଯୋଗ କରିବାର ପ୍ରତିଶୃତି ଦେଇ ଲୋକ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଉଥିବା ନେଇ ଏକ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା।ଖବର ପ୍ରକାଶ ପାଇବା ପରେ ଲୋଇସିଂହା ପୋଲିସ ଜିତେନ୍ଦ୍ର କୁ ବରଗଡ଼ ରୁ ଗିରଫ କରି ଅଧିକ ଖୋଳତାଡ଼ କରିବା ସହ ୩୭/୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଜେଲ ଯିବାକୁ ପଡିଛି।ସୂଚନା ମୁତାବକ ଅଭିଯୁକ୍ତ ଜିତୁ ର ମନ୍ତ୍ରୀ ନେତା ଙ୍କ ସହ ଫଟୋ ହେବା ସଉକ ଥିଲା।ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ବର୍ତ୍ତମାନ ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ଅନେକ ମନ୍ତ୍ରୀ ଙ୍କୁ ଭେଟି ସେହି ସମୟର ଫଟୋ ସାମାଜିକ ଗଣମାଧ୍ୟମ ରେ ସେୟାର କରି ନିଜେ ମନ୍ତ୍ରୀ ଙ୍କ ପାଖଲୋକ ବୋଲି ଲୋକଙ୍କୁ ପ୍ରଲୋଭିତ କରୁଥିଲା।ଏପରିକି ଲୋଇସିଂହା ର ଜଣେ ବ୍ୟକ୍ତି ଙ୍କ ଠାରୁ ସରକାରୀ ଡାକ୍ତରଖାନା ରେ ଚାକିରୀ ରେଗୁଲାର କରିଦେବି ବୋଲି କହି ଏକ ଲକ୍ଷ କୋଡିଏ ହଜାର ଟଙ୍କା ନେଇଥିବା ବେଳେ ସାଲେଭଟା ଅଂଚଳ ର ଜଣେ ବ୍ୟକ୍ତି ଙ୍କ ଠାରୁ ଏକାଅସି ହଜାର ଟଙ୍କା ନେଇଥିଲା। ନୟାଗଡ ଅଂଚଳ ର ଜଣେ ନରସିଂ ଅଫିସର କୁ କେପିଟାଲ ହସ୍ପିଟାଲ କୁ ବଦଳି କରିଦେବି କହି ଦୁଇଟି ପର୍ଯାୟ ରେ ଫୋନ ପେ ରେ ପଚାଶ ହଜାର ଟଙ୍କା ନେଇଥିଲା।ନୟାଗଡ ର ନରସିଂ କର୍ମଚାରୀ ଙ୍କ ବଦଳି ମାମଲା ରେ ସରକାରୀ ଲୋଗୋ ଲାଗିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ନାଁ ରେ ଥିବା ଲେଟର ପେଡ ବ୍ୟବହାର ହୋଇଛି। ତେବେ ତାହା ଅସଲି ନାଁ ନକଲି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS