ଆଜି ଠାରୁ କଣ୍ଟିଲୋ ମାଘ ମେଳା ମହୋତ୍ସବ ଆରମ୍ଭ
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଶ୍ରୀ ନୀଳମାଧଵଜୀଉ ଙ୍କ ଭୈମୀ ଏକାଦଶୀ ମାଘ ମେଳା ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହି ଉତ୍ସବ ରବିବାର ଠାରୁ ଗୁରୁବାର ଦିନ ପର୍ଯ୍ୟନ୍ତ ଭକ୍ତମାନଙ୍କ ସମାଗମ ରହିବ।ଏ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଚଳିତବର୍ଷ ସ୍ଥାନିୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମାଘ ମେଳା ମହୋତ୍ସବ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ଶାନ୍ତି ଶୃଂଖଳାର ସହ ମହୋତ୍ସବ ଆୟୋଜନ ର ସାହାଯ୍ୟ ସହଯୋଗ ଲୋଡ଼ିଛନ୍ତି। ପୁରାତନ ମାଘମେଳା ଯାତ୍ରା ପଡିଆ ଚଳିତବର୍ଷ ମହୋତ୍ସବ ଆୟୋଜନ କରାଯାଇ ଅଛି। ପଡ଼ିଆରେ ଅତତ୍ୟାଧୂନିକ ତୋରଣରେ ସୁସଜ୍ଜିତ କରି ରଙ୍ଗବେରଙ୍ଗ ଆଲୋକମାଳାରେ ମହୋତ୍ସବରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସନ୍ୟାସୀ ମାନଙ୍କ ଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ନିୟୋଯଗ ବେ ପ୍ରଦର୍ଶନ କରାଯାଇଛି। ପ୍ରତି ଦିନ ସଂଧ୍ୟା ରେ ଓଡ଼ିଶାର ନାମିଦାମୀ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାମିଦାମୀ କଳାକାରସିନେମାକଳାକାରଙ୍କୁନେଇ ବିଭିନ୍ନ ପ୍ରକାର ନାଚ ଗିତ ଗାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଵୋଲି ମହୋତ୍ସବ କମିଟି ଉପଦେଷ୍ଟା ବରିଷ୍ଠ ସଦସ୍ୟ ଅଖିଳ ମହାରଣା ଙ୍କ ଠାରୁ ପ୍ରକାଶ।ଏଥିସହ ପଡ଼ିଆ ପରିସରରେ ବିଭିନ୍ନ ଷ୍ଟଲ୍, ଦୋଳି, ଖାଦ୍ୟ ପ୍ରସ୍ତୁତ ଦୋକାନ, ଘରକରଣା ସାମଗ୍ରୀ ଗୁଡ଼ିକ ବହୁଳ ପରିମାଣରେ ଖୋଲା ଯାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment