ନୟାଗଡ଼ ଜିଲ୍ଲା ଚାଷୀଙ୍କ ପାଇଁ ଖୁସି ଖବର , ଆଉ ପାଦେ ଆଗେଇଲା ବୃତ୍ତଙ୍ଗ ପ୍ରକଳ୍ପ
ଜଙ୍ଗଲ ପରେ ମିଳିଲା ପରିବେଶ ମଞ୍ଜୁରି
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ନୟାଗଡ଼ ଜିଲ୍ଲାର ଚାଷୀ ଭାଇ ଓ ଜିଲ୍ଲାବାସୀକଂ ପାଇଁ ଖୁସି ଖବର । ଆଉ ପାଦେ ଆଗକୁ ବଢ଼ିଛି ନୟାଗଡ଼ ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ । ଗତ ଜୁଲାଇ ମାସରେ ଜଙ୍ଗଲ ମଞ୍ଜୁରି ଉପରେ ମୋହର ବାଜିଥିବା ବେଳେ ଗତକାଲି ପରିବେଶ ମଞ୍ଜୁରିକୁ ମିଳିଛି ଅନୁମୋଦନା ଯାହାକି ଏହି ପ୍ରକଳ୍ପ ପାଇଁ ପଥ ପରିଷ୍କାର ହୋଇଛି। ବୃତ୍ତଙ୍ଗ ପ୍ରକଳ୍ପ ଦ୍ବାରା ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଖଣ୍ଡପଡ଼ା, ନୂଆଗାଁ, ଓଡ଼ଗାଁ ବ୍ଲକ୍ର ୨୩ ହଜାର ୩ ଶହ ହେକ୍ଟର ଜମି ଜଳସେଚିତ ହେବା ସହ ପାନୀୟ ଜଳର ମଧ୍ୟ ସୁବନ୍ଦୋବସ୍ତ ହେବା ଗତ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଦ୍ଵିତୀୟ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରି ମିଳିଥିଲା। ପତ୍ରସଂଖ୍ୟା ୨୭୬/ଡବୁଇ ଅନୁଯାୟୀ ଗତକାଲି ଏହାର ଦ୍ବିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ମିଳିଛି।ଟାକରା ପଞ୍ଚାୟତର ମଞ୍ଜୁରୀ ନିକଟରେ ଥିବା ମାଈ ଓ ତାବଲଦେଈ ପାହାଡ଼କୁ ସଂଯୋଗ କରି ଏହି ପ୍ରକଳ୍ପ ନିର୍ମାଣ କରାଯିବ। ସମୁଦାୟ ୩ ହଜାର ୫ଶହ ୫୨ ହେକ୍ଟର ପରିମିତ ସ୍ଥାନ ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଧ୍ୟରେ ୧୫୨୪.୧୭ହେକ୍ଟର୍ ଜଙ୍ଗଲ ଜମି, ୭୯୦. ୮୮ ହେକ୍ଟର୍ ସରକାରୀ ଜମି ଓ ୧୨୩୭.୦୧ ହେକ୍ଟର୍ ବେସରକାରୀ ଜମି ରହିଛି। ଏଥିପାଇଁ ୨୧୨୧.୪୧ ହେକ୍ଟର ଜମି ଜଳପ୍ଲାବିତ ହେବ ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୭୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ଫଳରେ ପ୍ରାଥମିକ
ପର୍ଯ୍ୟାୟରେ ମଞ୍ଜୁରୀକୁ ସାଢ଼େ ୩ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ସହ ଦଶପଲ୍ଲା ଜଳସମ୍ପଦ କାର୍ଯ୍ୟାଳୟ ପରିସରରେ ୩ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ବୃତ୍ତଙ୍ଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି। ଅନ୍ୟପାର୍ଶ୍ବରେ ଜଙ୍ଗଲ କ୍ଷୟର ଭରଣା ବା ନୂତନ ବନୀକରଣ, ହାତୀ କରିଡର୍ ପାଇଁ ପ୍ରଥମ ପର୍ଯ୍ୟାୟରେ ଜଳସମ୍ପଦ ବିଭାଗ ୭୫ କୋଟି ୮୫ ଲକ୍ଷ ୨୯ ହଜାର ୩୧୪ ଟଙ୍କା ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୮୦ କୋଟି ୨୯ ଲକ୍ଷ ୭୨ ହଜାର ୫ଶହ ଟଙ୍କା ବନବିଭାଗ ନିକଟରେ ଦାଖଲ କରିଛି। ପ୍ରସ୍ତାବିତ ବୁଡ଼ି ଅଞ୍ଚଳ ମଧ୍ୟରୁ ଗଛ କାଟିବା ପାଇଁ ବନ ବିଭାଗକୁ ଚିଠି କରାଯାଇଥିବା ବୃତ୍ତଙ୍ଗ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କୁମାର ପ୍ରଧାନ କହିଛନ୍ତି।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment