ରୋଲାଣ୍ଡ ଫାର୍ମାସୀ କଲେଜ ର ରିପୋନୋଭା କ୍ଲବ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଦନମୋହନପୁର କନିଷି ସ୍ଥିତ ନବଜୀବନ ସେବାଶ୍ରମଠାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସହଯୋଗୀ ରୂପେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ର ଫାର୍ମାସିଷ୍ଟ ଶ୍ରୀ ସୁଶାନ୍ତ କୁମାର ପ୍ରଧାନଙ୍କର ଅବଦାନ ରହିଥିଲା। ସୁଶାନ୍ତ କୁମାର ପ୍ରଧାନ ତାଙ୍କର ଜନ୍ମଦିନ ଅବସରରେ ରିପୋନୋଭା କ୍ଲବ୍ ସହିତ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନବଜୀବନ ଆଶ୍ରମର 150 ଅନ୍ତେବାସୀଙ୍କୁ ସକାଳ ଜଳଖିଆ ପ୍ରଦାନ କରିବା ସହିତ ତାଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ରିପୋନୋଭା କ୍ଲବ୍ର ସଭାପତି ଶ୍ରୀ ରଶ୍ମିରଞ୍ଜନ ସାହୁ ଓ ଉପ ସଭାପତି ଶ୍ରୀ ଶଶାଙ୍କ ଶେଖର ପଣ୍ଡା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଫାର୍ମାସିଷ୍ଟ ସଂଘର ସଭାପତି ସିମାଞ୍ଚଳ ସାହୁ ମଧ୍ୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଚିତ୍ତରଞ୍ଜନ ସାହୁ, କୁମାରୀ ସ୍ନେହାଶିଷ ସାହୁ , ଶ୍ରୀ ପିୟୁଷ କୁମାର ମିଶ୍ର , ଶ୍ରୀ ହରେକୃଷ୍ଣ ମାଝୀ , କୁମାରୀ ମଧୁସ୍ମିତା ପ୍ରଧାନ , ଏସ .ବିନିତା , ଶ୍ରୀ ସଚିନ ଗୌଡ଼ ଓ ଶ୍ରୀ ଦୀପକ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ରିପନୋବା କ୍ଲବ ଓ ଶ୍ରୀ ସୁଶାନ୍ତ କୁମାର ପ୍ରଧାନ ଙ୍କ ଏହି ପରି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲ ରେ ପ୍ରସଂଶା କରାଯାଇଛି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق