ଆନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ବିଶ୍ୱରଞ୍ଜନଙ୍କୁ ରୌପ୍ୟ ପଦକ
ନେପାଳର ପୋଖରା ଠାରେ ଜାନୁୟାରୀ ୨୮ ରୁ ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି. ସିନିୟର ବାଳକ ବିଭାଗ ରେ ଏକେଏସ୍ ଟାଏକୋଣ୍ଡୋ ଏକାଡେମି ର ବିଶ୍ୱରଞ୍ଜନ ଅମରଦୀପ୍ ଆନ୍ତର୍ଜାତୀୟ ସ୍ତର ରେ “ପୁମ୍ସେ” ସେ ବିଭାଗ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି. ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁ ସମ୍ପାଦକ (ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ର ପ୍ରତିଷ୍ଠାତା ତଥା ବିଶ୍ଵ ଟାଏକୋଣ୍ଡୋ ମୁଖ୍ୟାଳୟ ଆନ୍ତର୍ଜାତୀୟ ପ୍ରଶିକ୍ଷକ) ବିଶ୍ଵ ଟାଏକୋଣ୍ଡୋ ମହାସଂଘ ର ବିଚାରକ (WTF) ଏବଂ ଦଳ ସଞ୍ଚାଳକ ଶ୍ରୀମତୀ ଭାରତୀ ଜଗଦେବ ଙ୍କ ନେତୃତ୍ୱ ରେ ସଫଳତା ହାସଲ କରି ଭାରତ କୁ ଗୌରବନୀତ କରିଛନ୍ତି. ବିଶ୍ୱରଞ୍ଜନ ଖୋର୍ଦ୍ଧା ଜିଲ୍ଲା, ଗୁରୁଜଙ୍ଗ ଗ୍ରାମ ର ଦିଲ୍ଲୀପ କୁମାର ସାହୁ ଓ କଳ୍ପନା ମହାନ୍ତି ଙ୍କ କନିଷ୍ଟ ପୁତ୍ର ଅଟନ୍ତି. ସେ କଟକ ର “ଦି ଲ" ଆଇନ ମହାବିଦ୍ୟାଳୟ (ସୁକୃତୀ ପ୍ରାପ୍ତ ମଧୁସୂଦନ ଆଇନ ମହାବିଦ୍ୟାଳୟ) ର ଶେଷ ବର୍ଷ ର ଛାତ୍ର ଅଟନ୍ତି. ଦି ଲ" ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏସ୍ କେ ରାୟ ଏବଂ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର କମଳଜିତ୍ ସିଂହ ଙ୍କ ଆଶୀର୍ବାଦ ସହିତ ଜୀବନ ର ଲକ୍ଷ୍ୟ ପଥ ରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଛନ୍ତି. ଭୁବନେଶ୍ବର ର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ଜିଲ୍ଲା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ବିଶ୍ୱରଞ୍ଜନଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ. ବିଶ୍ୱରଞ୍ଜନଙ୍କର ଏହି କୃତିତ୍ୱ ପାଇଁ ସାରା ରାଜ୍ୟରେ ଖୁସି ର ଲହରୀ ଖେଳି ଯାଇଛି. ସେ ଆଗାମୀ ଦିନରେ ଆନ୍ତର୍ଜାତିକ ସ୍ତର ରେ ଅଧିକ ରୁ ଅଧିକ ସଫଳତା ହାସଲ କରିବା ପାଇଁ ତାଙ୍କ ଗୁରୁ ଗ୍ରାଣ୍ଡ ମାଷ୍ଟର ଅଶୋକ କୁମାର ସାହୁଙ୍କ ନିକଟରେ ପ୍ରତିଜ୍ଞା କରିଛନ୍ତି ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق