ସକର୍ମାରେ ଚାରିଧାମ ମନ୍ଦିରର ରତ୍ନମୂଦ ଉତ୍ସବ ଅନୁଷ୍ଠିତ
ସମ୍ବଲପୁର:
ଅଇଁଠାପାଲି ଥାନା ଅନ୍ତର୍ଗତ ସଙ୍କର୍ମା ଗାଁରେ ଚାରିଧାମ ମନ୍ଦିରର ରତ୍ନମୂଦ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କୃଷ୍ଣଚନ୍ଦ୍ର ବେହେରା ଓ ଧର୍ମପତ୍ନୀ ସଂଯୁକ୍ତା ବେହେରା , ଦିପକ ଭୂୟାଁ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ। ପଣ୍ଡିତ ଜୟ ଗୋପାଲ ସୁଆରଙ୍କ ପୌରହିତ୍ୟରେ ପୂଜାର୍ଚ୍ଚନା ହୋଇଥିଲା। ତାଙ୍କୁ ପଣ୍ଡିତ ସୁଶାନ୍ତ ପତି, ପଣ୍ଡିତ ବାଳକୃଷ୍ଣ ଦାସ, ପୂଜାରୀ ଦେବଦତ୍ତ ବେହେରା ଓ ପଞ୍ଚାନନ ଦେହୁରୀ ସହଯୋଗ କରିଥିଲେ। ହଳଦୀ, କାଣିବନ୍ଧଳି ଓ କୁଲତା ନୁଆ ପାଲି କୀର୍ତ୍ତନ ମଣ୍ଡଳୀ ସଂର୍କୀତନ ପରିବେଷଣ କରିଥିଲେ। ଏହି ଉତ୍ସବରେ ପ୍ରମୋଦ ଭୋଇ , ବିଜୟ ସାହୁ, ଚିନ୍ତାମଣି ଭୋଇ, ସୁଶାନ୍ତ ବାଞୀ, ସୋମ୍ୟଭୁଷଣ ସାହାଣୀ, ତାପସ ପରିଡ଼ା, ଅନ୍ତର୍ଯ୍ୟାମୀ, ତରୁଣ ପରିଡ଼ା, ଭୋଜରାଜ ବାଞୀ, ସଞ୍ଜିବ ତରିଆ, ବିନୟ ଭୋଇ, ଗଙ୍ଗାଧର ପ୍ରଧାନ, ବଜେନ୍ଦ୍ର ସାହୁ, ବଳରାମ ଭୋଇ, ଜନାର୍ଦ୍ଦନ ପଣ୍ଡା ଓ ସଙ୍କର୍ମା ଗ୍ରାମବାସୀ ସହଯୋଗ କରିଥିଲେ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق