ବିଶ୍ଵ କର୍କଟ ଦିବସ୍ ରେ ଯୋଗ ଦେଲେ ଜାଭିୟର୍ସ ଛାତ୍ରଛାତ୍ରୀ
ବ୍ରହ୍ମପୁର (ମଣିଭଦ୍ରା ଖବର) ବିଶ୍ୱ କର୍କଟ ଦିବସ ଅବସରରେ କ୍ରାନ୍ତି ଓ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ସହଯୋଗରେ ମଙ୍ଗଳବାର ସରକାରୀ ଆଇ ଟି ଆଇ ଖେଳ ପଡିଆ ଠାରେ ବିଶ୍ଵ କର୍କଟ ଦିବସ ଆୟୋଜିତ ହୋଇଯାଇଛି । କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଲୋକମାନଙ୍କୁ ଶିକ୍ଷିତ କରିବା, ସଚେତନ କରାଇବା ଏବଂ ଏହି ମାରାତ୍ମକ ରୋଗ ବିରୁଦ୍ଧରେ କିପରି ସମୟୋଚିତ ପଦକ୍ଷେପ ନେବା ଏହି ଦିବସ ପାଳନର ଉଦ୍ଦେଶ୍ୟ ।ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗର ଉତ୍ପତି ହୋଇଥାଏ। ବିଶ୍ଵ କର୍କଟ ଦିବସ ଅବସରରେ ସମସ୍ତେ ବ୍ୟକ୍ତିଗତ ତଥା ସାମୂହିକ ସ୍ତରରେ କ୍ୟାନ୍ସର ମୁକ୍ତ ସମାଜ ଗଠନ କରିବା ନିମନ୍ତେ ପ୍ରତିଜ୍ଞା କରିବାର ଆବଶ୍ୟକତା ରହିଛି। ବୋଲି ଏଠାରେ କ୍ରାନ୍ତି ତରଫରୁ
ମୁଖ କର୍କଟ ରୋଗୀ , ତଥା
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ୍ ଦେବାନନ୍ଦ ଦାସ କହିଥିଲେ । ମୁଖ୍ୟଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ ଯୋଗ ଦେଇଥିବା ବେଳେ ବହୁ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ଏହି ଗଣପଦଯାତ୍ରା ରେ ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ର ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଙ୍କ ନେତୃତ୍ଵ ରେ ଯୋଗ ଦେଇଥିଲେ । ଏପରି ସଚେତନତା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସ୍କାଉଟ ଗାଇଡ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ଅଧ୍ୟକ୍ଷ କେ ସି ପଣ୍ଡା , ସହ ନିର୍ଦେଶକ କୁନାଲ କୌଶିକ ପଣ୍ଡା କୃତଜ୍ଞତା ଜଣାଇ ଥିଲେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق