BREAKING
Loading...
:

ସେଣ୍ଟ୍ ଜାଭିଅର ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

 ସେଣ୍ଟ୍ ଜାଭିଅର ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ 

ସମ୍ବଲପୁର (ମଣିଭଦ୍ରା ଖବର) ସ୍ଥାନୀୟ କାଇଁଶିର ସିଂପାଲି ସ୍ଥିତ ସେଣ୍ଟ୍ ଜାଭିଅର ବିଦ୍ୟାଳୟରେ ଷଷ୍ଠ ବିଜ୍ଞାନ ମେଳାର ଆୟୋଜନ କରାଯାଇ ଥିଲା । ଏଥିରେ 'ନର୍ସରୀ ରୁ ନବମ ଶ୍ରେଣୀ' ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପ୍ରାୟ ଏକଶତ ରୁ ଉର୍ଦ୍ଧ୍ବ ବିଜ୍ଞାନ ପ୍ରକଳ୍ପମାନ ପ୍ରସ୍ତୁତ କରିଥିଲେ ।ଏହା ସହିତ ସ୍ବାଦିଷ୍ଟ ବ୍ଯଞ୍ଜନ ମେଳା ମଧ୍ଯ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ଉମାଚରଣ ପତି , ବରିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭକ୍ତ ପ୍ରସାଦ ନନ୍ଦ, ରସାୟନ ବିଜ୍ଞାନର ଅଧ୍ୟାପକ  ଶ୍ରୀଯୁକ୍ତ ଭଵେଶ ଚୌଧୁରୀ , ରାଷ୍ଟ୍ରୀୟ ଗୋପାଳ ବିଦ୍ୟାମନ୍ଦିରର ବିଜ୍ଞାନ ଶିକ୍ଷକ ଚିନ୍ମୟ ଚିନ୍ତନ ସାହୁ ଏବଂ ପଦାର୍ଥ ବିଜ୍ଞାନ ର ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ପ୍ରଭୃତି  ଅତିଥି ଭାବେ ଯୋଗଦେଇ ମେଳା ଉଦଘାଟନ ଓ ପରିଦର୍ଶନ କରିଥିଲେ । ବିଜ୍ଞାନ ଏକ ଅବବୋଧର ବିଷୟ ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଶୋଭାମୟୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ଦ୍ଦେଶକ ଅକ୍ଷୟ କୁମାର  ନାୟକ , ସଭାପତି ସୁନୀତା ବେହେରା, ଶିକ୍ଷକ ଓ ଶିକ୍ଷୟିତ୍ରୀବୃନ୍ଦଙ୍କ ସମେତ ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି  କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଆଜିର ଶିଶୁ କାଲିର ଭବିଷ୍ୟତ। କୁନି କୁନି ବୈଜ୍ଞାନିକମାନେ ଅନେକ ପ୍ରକଳ୍ପ ନିର୍ମାଣ ଓ ସେ ସବୁର ସାର୍ଥକ ଉପସ୍ଥାପନ ଦ୍ବାରା ନିଜ ନିଜର ଜ୍ଞାନ କୌଶଳ ପ୍ରଦର୍ଶନ କରିଥିଲେ । ଶିଶୁମାନଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କ ମନରେ ଉତ୍ସାହ ଭରିଦେବା  ନିମନ୍ତେ ସେଣ୍ଟ ଜାଭିଅର ବିଦ୍ୟାଳୟର ଏତାଦୃଶ ପଦକ୍ଷେପକୁ ଉପସ୍ଥିତ ଅଭିଭାବକ ତଥା ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS