BREAKING
Loading...
:

ଶିକ୍ଷକ ସଂଘର ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତକାର

 ଶିକ୍ଷକ ସଂଘର ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତକାର

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା ଅଧିନସ୍ଥ ନୂତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ସୌଜନ‍୍ୟମୂଳକ ସାକ୍ଷାତ କରାଯାଇଛି।ସୁଚନା ମୁତାବକ ନୂତନ ପେନସନ  ଯୋଜନାରେ ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଅଶୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକ କର୍ମକର୍ତ୍ତା ମାନେ ବିଭିନ୍ନ ସମସ୍ୟାକୁ ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଦେଖାକରି ଆଲୋଚନା କରିଛନ୍ତି।ଉକ୍ତ ଆଲୋଚନା ସମୟରେ ଉପ ସଭାପତି ରଶ୍ମିତା ପ୍ରଧାନ ,ସଂପାଦକ ସିଦ୍ଧାର୍ଥ ରତ୍ନ ,ସହ ସଂପାଦକ ଅନୁପମା ସାହୁ ,ଅଡିଟର ପ୍ରବିର କୁମାର ଦାଶ ,ମିଡିଆ ସଂଯୋଜକ କୈଳାସ ଚନ୍ଦ୍ର ନାୟକ ,ଜିଲ୍ଲା ପ୍ରତିନିଧି ଗତିକୃଷ୍ଣ ପ୍ରଧାନ, ଉପଦେଷ୍ଟା ରାଜେଶ କୁମାର ଘଡେଇ ଓ ମାଳିସାହି ସର୍କଲ ସଂପାଦକ ବନମାଳୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ. ବିଭିନ୍ନ ସମସ୍ୟାକୁ ମାନଙ୍କୁ ନେଇ ପ୍ରାୟ ୧ଘଣ୍ଟା ଆଲୋଚନା କରାଯାଇ ଥିଲା ଏବଂ ଆଲୋଚନା ହେବା ପରିଶେଷରେ ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ ସମସ୍ୟା ର ଯଥାଶିଘ୍ର ସମାଧାନ କରିବା ପାଇଁ ସହମତି ପ୍ରକାଶ କରିଥିଲେ।ତା ପରେ  ସଂଘର ସଭାପତି ଙ୍କ ଶହ ସମସ୍ତ ଉପସ୍ଥିତ ଶିକ୍ଷକ କର୍ମକର୍ତ୍ତା ମାନେ ସହମତି ଜଣାଇଥିଲେ। ଦେଖାଯାଉ ଆଗାମୀ ଦିନରେ ଏ ସାକ୍ଷାତ କାର ଦ୍ଵାରା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ହେଉଛି ନା ସାକ୍ଷାତ କର ସାକ୍ଷାତ କାରରେ ରହି ଯାଉଛି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS