BREAKING
Loading...
:

ଗଣମାଧ୍ୟମ ପ୍ରତିନିଧିଙ୍କ ତୀର୍ଥକ୍ଷେତ୍ର ପରିଦର୍ଶନ

 ଗଣମାଧ୍ୟମ ପ୍ରତିନିଧିଙ୍କ ତୀର୍ଥକ୍ଷେତ୍ର ପରିଦର୍ଶନ 

ଖଣ୍ଡପଡ଼ା ( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅଞ୍ଚଳରେ କାର୍ଯ୍ୟରତ ଛାପା ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ୨୫ ଜଣ  ପ୍ରତିନିଧି ଉତ୍ତରପ୍ରଦେଶ ରାଜ୍ୟର ଅଯୋଧ୍ୟାସ୍ଥିତ ଶ୍ରୀରାମଲାଲଙ୍କ ମନ୍ଦିର ସୋମବାର ପରିଦର୍ଶନ କରିଥିଲେ। ନିର୍ମାଣଧୀନ ଶ୍ରୀରାମ ଲାଲାଙ୍କ ମନ୍ଦିରର କାରୁକାର୍ଯ୍ୟ ଦେଖି ଗଣମାଧ୍ୟମର ପ୍ରତିନିଧିମାନେ ଅଭିଭୂତ ହୋଇଥିଲେ। ସେହିପରି ପ୍ରତିନିଧିମାନେ ଆଗ୍ରାସ୍ଥିତ ତାଜମହଲ  ବାରାଣାସୀର ପ୍ରଭୁ କାଶି ବିଶ୍ବନାଥ  ମନ୍ଦିର ପରିଦର୍ଶନ କରିବା ସହ ପ୍ରୟାଗରାଜ ଠାରେ ଚାଲିଥିବା ମହାକୁମ୍ଭ ମେଳାରେ ଯୋଗ ଦେଇ ତ୍ରିବେଣୀ ଘାଟ ସଙ୍ଗମସ୍ଥଳରେ ସ୍ନାନ କରି ଆନନ୍ଦ ଅନୁଭବ କରିଥିଲେ। କୁମ୍ଭମେଳାରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ମୁନିଋଷି ଓ ସାଧୁସନ୍ଥମାନଙ୍କ ସହ ପ୍ରତିନିଧିମାନେ ଆଲୋଚନା କରିବା ଅବସରରେ କୁମ୍ଭମେଳାର ମହତ୍ବ ସଂପର୍କରେ ସବିଶେଷ ଜ୍ଞାନ ଆହରଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଭବାନୀଶଙ୍କର ସିଂହସାମନ୍ତଙ୍କ ନେତୃତ୍ବରେ ଗଣମାଧ୍ୟମର ପ୍ରତିନିଧିମାନେ ତୀର୍ଥ କ୍ଷେତ୍ର ଓ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ଆନନ୍ଦ ଅନୁଭବ କରିଥିଲେ ।


Post a Comment

Previous Post Next Post
Header ADS