ଭାଲୁପତ୍ରାଠାରେ କୋଦଣ୍ଡା ରାମଚନ୍ଦ୍ର ସ୍ବାମୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ର ଉଦଯାପନୀ ଉତ୍ସବ
ଅତାବିରା/ବରଗଡ଼(ମଣିଭଦ୍ରା ଖବର)
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଜାଙ୍ଗେଡ ପଞ୍ଚାୟତ ଭାଲୁ ପତ୍ରା ଆନ୍ଦ୍ର ପଡ଼ା ସ୍ତିତ ଜିର୍ଣୋଦ୍ଧାର କୋଦଣ୍ଡା ରାମଚନ୍ଦ୍ର ସ୍ବାମୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଗତ ୩୦ତାରିଖ ରୁ ଆରମ୍ଭ ହୋଇ ଦୀର୍ଘ ଚାରି ଦିନ ଧରି ହେବାକୁ ଥିବାବେଳେ ଆନ୍ଧ୍ର ସମାଜ ପକ୍ଷରୁ ଚୁଡାନ୍ତ ପର୍ଯ୍ୟାୟ ରେ ପ୍ରସ୍ତୁତି ହେବା ସହ ଅଞ୍ଚଳ ଚାରିଆଡ଼େ ଉତ୍ସାହ,ଉଦ୍ଦୀପନା ବୃଦ୍ଧି ପାଇ ବିଭିନ୍ନ ସାଜସଜ୍ଜା ସାଙ୍ଗକୁ କିଭଳି ଭାବ ରେ ପାରମ୍ପରିକ ରୀତିନୀତି ରେ ସୁବିଜ୍ଞ ପଣ୍ଡିତ ବ୍ରହ୍ମଶ୍ରୀ ରେଗାଡ଼ାମିଲ୍ଲି ରାମଦେବ ଶର୍ମା ଙ୍କ ନେତୃତ୍ୱରେ ତାଙ୍କ ସାଥୀ ମାନଙ୍କ ବେଦ ମନ୍ତ୍ର ପଠନ ପୂର୍ବକ ସାଫଲ୍ୟ ମଣ୍ଡିତ କରିବେ ସେ ନେଇ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅଣ୍ଟା ଭିଡିଥିଲେ।ପାଖାପାଖି ୧୯୮୮ ବାପ ଅଜା ଅମଳରୁ ଚାଲ ଛପର ଘରେ ପୂଜା ପାଇ ଆସୁଥିବା ଭାଲୁପତ୍ରା ଶ୍ରୀ କୋଦଣ୍ଡା ରାମଚନ୍ଦ୍ର ସ୍ବାମୀ ଙ୍କ ମନ୍ଦିର ନିର୍ମାଣ ପାଇଁ ସମାଜ ପକ୍ଷରୁ ୨୦୨୩ ରୁ ଦୀର୍ଘ ଦୁଇ ବର୍ଷ ଧରି ପ୍ରତିକ୍ଷା ର ଅନ୍ତ ଘଟି ଗତ ଜାନୁୟାରୀ ୩୦ ରେ ପାଖାପାଖି ୧କୋଟି ୨୦ଲକ୍ଷ ବ୍ୟୟରେ ନବ ନିର୍ମିତ କାରୁକାର୍ଯ୍ୟ ଭରା ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।୩୦ଜାନୁୟାରୀ ୯ଟା ରେ ଭବ୍ୟ କଳସଯାତ୍ରା ଶୋଭା ଯାତ୍ରା ଜାଙ୍ଗେଡ ମହାଦେବ ମନ୍ଦିର ତଳି ବନ୍ଦ ପୂଜାର୍ଚ୍ଚନା ପୂର୍ବକ ୧୦୦୧ ଜଳପୂର୍ଣ୍ଣ କଳସ ଶ୍ରଦ୍ଧାଳୁ ମହିଳା ଭକ୍ତ ମାନଙ୍କ ଘଣ୍ଟ,ଶଙ୍ଖ,ହୁଳହୁଳି,ଦୁଲୁଦୁଲି ସହ ରୂପାଲି ପାଣ୍ଡେ ଓ ଭାନୁମତୀ ସେଠ ଙ୍କ ମହିଳା କୀର୍ତ୍ତନ ର ତାଳେ ତାଳେ ଗ୍ରାମ ପରିକ୍ରମା କରି ପ୍ରତିଷ୍ଠା ମହୋତ୍ସବ ପାଇଁ ତିଆରି ହୋଇଥିବା ଯଜ୍ଞ ମଣ୍ଡପ ରେ ସ୍ଥାପନ ପୂର୍ବକ ୩୧ରେ ଗଣେଶ ପୂଜା ଓ ହୋମ କୁଣ୍ଡ ସତ୍କାର,ରୁକ୍ମିଣୀ ଗୁରୁ,ଭାରତୀ କୁମାରୀ ମହିଳା କୀର୍ତ୍ତନ ସହ ରାମଲୀଳା କାର୍ଯ୍ୟକ୍ରମ ରଖାଯାଇଥିଲା।
ସେହିଭଳି ୧ତାରିଖ ରେ ମଣ୍ଡପ ପୂଜା,ଗୋ ପୂଜା,ମୃତ୍ୟୁଞ୍ଜୟ ହୋମ ଓ ଅପରାହ୍ନ ୪ଟାରୁ ମହାସ୍ନାନ ହେବାକୁ ଥିବାବେଳେ ବନ୍ଦିତା ନାୟକ ପାରାୟଣ, ନିକିତା ସରିତା ଓ ଇତିଶ୍ରୀ କର ମହିଳା କୀର୍ତ୍ତନ,ସାହସ ପୁର-ବଳବସପୁର କୃଷ୍ଣଗୁରୁ ଓ ଅର୍କେଷ୍ଟ୍ରା ସହ ପୂର୍ଣ୍ଣାହୁତି ଦିବସ ୨ତାରିଖ ରେ ମଣ୍ଡପ ପୂଜା,ଗର୍ତ୍ତ ନ୍ୟାସ,ରତ୍ନ ବ୍ୟାସ,ଯନ୍ତ୍ର ପ୍ରତିଷ୍ଠା ସହିତ ନବଧାନ୍ୟ ସମର୍ପଣ ୧୦ଟା ୪୨ରୁ ଶ୍ରୀ ଗଣେଶ,ଭେଙ୍କଟେଶ୍ୱର୍,ଧ୍ଵଜ ସ୍ତମ୍ଭ ସହିତ ହନୁମାନ,ଲକ୍ଷଣ,ସିତାରାମା କୋଦଣ୍ଡା ରାମଚନ୍ଦ୍ର ସ୍ବାମୀ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ହେବା ସହ ୧୨ଟା ୩୦ରୁ ଦିବ୍ୟ ଦର୍ଶନ ଏବଂ ପଣ୍ଡିତ ମାନଙ୍କୁ ଆଦର ସତ୍କାର କରାଯିବାର ବ୍ୟବସ୍ଥା ରହିବା ସହ ସୈରେନ୍ଦ୍ରି ଜାଲ, ଆଶାବତୀ ମଲ୍ଲିକ ମହିଳା କୀର୍ତ୍ତନ,ଜୟ ଶ୍ରୀରାମ ଓ କୁସନ ପୁରୀ କୃଷ୍ଣଗୁରୁ,ରୁକୁ ସୁନା ଅର୍କେଷ୍ଟ୍ରା ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ରଖା ଯାଇଥିବା ବେଳେ ପ୍ରତ୍ୟହ ମିନାବଜାର,ରାମଲୀଳା ଓ ୧୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ବରଗଡ଼ ସମ୍ବଲପୁର ତଥା ଆଖପାଖ ଅଂଚଳରୁ ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment