BREAKING
Loading...
:

ବିଶ୍ଵ କର୍କଟ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା

 ବିଶ୍ଵ କର୍କଟ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା 

ସମ୍ବଲପୁର (ମଣିଭଦ୍ରା ଖବର) ବରପାଲି ଠାରେ ବିଶ୍ଵ କର୍କଟ ଦିବସ ପାଳନ ଅବସରରେ ବରଗଡ ଫାଇଟର ଗ୍ରୁପ, ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର ଜୁନିୟର ରେଡ୍‌କ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ , ବରପାଲି ସାମ୍ବାଦିକ ସଂଘ ଏବଂ ବରପାଲି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଦଳ ମିଳିତଭାବେ ସ୍ଥାନୀୟ ଲିଟିଲ ଏଞ୍ଜେଲସ୍‌ ପବ୍ଲିକ ସ୍କୁଲ ପରିସରରୁ କର୍କଟ ରୋଗର ନିରାକରଣ ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଏକ ପଦଯାତ୍ରାର  ଆରମ୍ଭ ହୋଇ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ା.ରାଜେଶ କୁମାର ବେହେରା ଓ ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ସୁନିତା ମୁଣ୍ଡ , ବରପାଲି ସାମ୍ବାଦିକ ସଂଘ ସଭାପତି ଚିତ୍ତରଞ୍ଜନ ସାହୁ, ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଉପାଧ୍ୟକ୍ଷ ସୁଶୀଳ କୁମାର ରଥ, ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଯୋଗ ଦେଇଥିଲେ । ଏହି ଯାତ୍ରା ସ୍ଳୋଗାନ ସହ ଷ୍ଟେଟବ୍ୟାଙ୍କ ଛକ ଦେଇ ଶ୍ୟାମାଛକ, ଡାକ୍ତରଖାନା ଛକ, ଅଶୋକ କ୍ଳବ ଦେଇ ଗାନ୍ଧିଛକ ଠାରେ ପହଞ୍ଚିଥିଲା । ଏଥିରେ ସୁନିତା ମୁଣ୍ଡ, ନିବେଦିତା ସାହୁ, ମଧୁସ୍ମିତା ମୁଣ୍ଡ, ବାଲକିଶୋର ଖାଡଙ୍ଗା, ପଦ୍ମଲୋଚନ ସାହୁ, ସୂର୍ଯ୍ୟ ନାରାୟଣ ଦାଶ, ଅଶୋକ ବରାଇ, ସୁବୋଧ ସାହୁ, ଦୟାସାଗର ନନ୍ଦ, ଧୀରେନ୍ଦ୍ର ପତି, ପଦ୍ମ ଲୋଚନ ଦାଶ, ଆଦିତ୍ୟ ପ୍ରସାଦ କର, ହେମାନନ୍ଦ କହ୍ନେଇ, ପୁରନ୍ଦର ସିଂହ, ଦେବେନ୍ଦ୍ର କୁମାର ମହାପାତ୍ର, ସରୋଜ ପଧାନ, ନିମାଇଁ ଥଇତ୍ ,ରୀତାଞ୍ଜଳି ଭୋଇ, ପ୍ରଶାନ୍ତ କୁମାର ସାହୁ,  ସ୍ୱାଗତିକା ସାହୁ , ସ୍ଵର୍ଣ୍ଣପ୍ରଭା ପଧାନ, ସିଟିଓ ମିଲ୍କୀ ବାରିକ, ବରପାଲି ମହାବିଦ୍ୟାଳୟର ଅଧ୍ୟାପକ ଅଲେଖ ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS