BREAKING
Loading...
:

ରାଜ୍ୟସ୍ତରୀୟ କାନପୁର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, କଟକ ଚାମ୍ପିଅନ

 ରାଜ୍ୟସ୍ତରୀୟ କାନପୁର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, କଟକ ଚାମ୍ପିଅନ 

କାନପୁର  (ମଣିଭଦ୍ରା ଖବର)କାନପୁର ମିନି ଷ୍ଟାଡିୟମ ପରିସରରେ କାନପୁର ଆଞ୍ଚଳିକ ଆଥଲେଟିକ ଆସୋସିଏସନ୍ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ବନାମ ସ୍ପୋର୍ଟସ ହଷ୍ଟେଲ କଟକ ମଧ୍ୟରେ ହୋଇଥିଲା । ଉଭୟ ଦଳର ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ବେଳେ କଟକ ଦଳ ଗୋଟିଏ ଗୋଲ୍ ସ୍କୋର କରିଥିଲା । ଫଳରେ କଟକ ୧-୦ ଗୋଲରେ ବିଜୟ ଲାଭ କରି ଫାଇନାଲ ମ୍ୟାଚରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।  



ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ କିଶୋର ଚନ୍ଦ୍ର ମିଶ୍ର ଜିଲ୍ଲା ପରିଷଦ ସଭାପତି, ଉପାଧ୍ୟକ୍ଷ ନାରାୟଣ ନାୟକ, ସଭାପତି ପୁପୁନ କୁମାର ପ୍ରଧାନ,କାର୍ଯ୍ୟକାରୀ ସଭାପତି ସନାତନ ପ୍ରଧାନଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ବିଜୟୀ ଏବଂ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପଡିଆ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାନପୁର ଆଞ୍ଚଳିକ ଆଥଲେଟିକ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଏହି ଖେଳରେ ସହଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS