BREAKING
Loading...
:

ପୁରୁଣାପାଣିରେ ବନାଗ୍ନି ନିର୍ବାପନ ସଚେତନତା ସଭା ଓ ଶୋଭାଯାତ୍ରା

 ପୁରୁଣାପାଣିରେ ବନାଗ୍ନି ନିର୍ବାପନ ସଚେତନତା ସଭା ଓ ଶୋଭାଯାତ୍ରା

ସମ୍ବଲପୁର (ମଣିଭଦ୍ରା ଖବର) 


କୁଚିଣ୍ଡା ବ୍ଲକ ଅନ୍ତର୍ଗତ ପୁରୁଣାପାଣି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବନ ବିଭାଗ ପକ୍ଷରୁ ବନାଗ୍ନି ନିର୍ବାପନର ଆବଶ୍ୟକତା ଉପରେ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ସୋହଲା ଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ହେବା ସହିତ ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରିଥିଲା ।ଏହି କାର୍ଯ୍ୟକ୍ରମରେ  ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟକରି ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି , କୁଚିଣ୍ଡା ବନପାଳ ଟିକନ୍ ଚାନ୍ଦ ଚୌଧୁରୀ ମୁଖ୍ୟ ବକ୍ତା ଓ ବନ କର୍ମଚାରୀ ଅନିତା ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବନ ସୁରକ୍ଷା ଓ ବନାଗ୍ନୀ ନିର୍ବାପନର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ମହାତ୍ମା ଗାନ୍ଧୀ ଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପୂର୍ବତନ ସି ଆର୍ ସି ସି ଲକ୍ଷ୍ମୀ ନାରାୟଣ ନାୟକ ପ୍ରାରମ୍ଭିକ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୈରେନ୍ଦ୍ରି ପଟେଲ ସ୍ୱାଗତ ଜଣାଇଥିଲେ ।ଏହା ପରେ ଏକ ବିରାଟ ଶୋଭାଯାତ୍ରା ବିଭିନ୍ନ ପ୍ଳା କାର୍ଡ ଧରି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ ।ଶେଷରେ ଆଦିତ୍ୟ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS