'ଆର୍ଟ୍ ଅଫ୍ ଲିଭିଙ୍ଗ୍' ଓ 'ନିଷ୍ଠା'ର ମିଳିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ସମ୍ବଲପୁର (ମଣିଭଦ୍ରା ଖବର)
ବରପାଲିର ଆର୍ଟ୍ ଅଫ୍ ଲିଭିଙ୍ଗ୍ ଓ ବରଗଡ଼ ର ନିଷ୍ଠା ଅନୁଷ୍ଠାନର ମିଳିତ ସହଯୋଗରେ ତଥା ବରଗଡ଼ ବ୍ଲଡ ବ୍ୟାଙ୍କର ସହାୟତାରେ ବରପାଲିରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରପାଲିର ଗଙ୍ଗାଧର ମେହେର କ୍ଲବ୍ରେ ଅନୁଷ୍ଠିତ ଏହି ଶିବିରକୁ ବରପାଲି ଫାର୍ମାସୀ କଲେଜ ଚେୟାରମେନ ନରେନ୍ଦ୍ର କୁମାର ହୋତା, କ୍ଲବ୍ର ସଂପାଦକ ବାଲ କିଶୋର ଖାଡଙ୍ଗା ଓ ଉପ ସଭାପତି ପଦ୍ମଲୋଚନ ସାହୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ମୋଟ ୩୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରକୁ ସତ୍ୟନାରାୟଣ ପ୍ରଧାନ, ଉପଗୁପ୍ତ ତ୍ରିପାଠୀ, ଅର୍ଜୁନ ସାହୁ, ସୁବ୍ରତ ଦାଶ, ସୁଦାମ ପ୍ରଧାନ, ନିବୃତ ପଣ୍ଡା, ବାସୁଦେବ ପ୍ରଧାନ, ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।


Post a Comment