BREAKING
Loading...
:

ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

 ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ 



ସମ୍ବଲପୁର (ମଣିଭଦ୍ରା ଖବର) 


ବରପାଲି କଲେଜ୍ ଛକ ମାରୁତି ନଗର ଠାରେ ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଆଜି ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ପ୍ରାୟ ୧୧ ଟା ସମୟରେ ମହିଳାମାନଙ୍କ ଏକ ଭବ୍ୟ କଳସ ଶୋଭାଯାତ୍ରା ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଗହୀର ବନ୍ଧରେ କଳସ ପୂଜା କରି ପୂର୍ଣ୍ଣ କଳସ ଅଣା ଯାଇଥିଲା । ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟା ରେ ମହିଳା ଶୈବ ଭକ୍ତ ଯୋଗ ଦେଇଥିଲେ। ତିନି ଦିନ ବ୍ୟାପୀ ହେବାକୁଥିବା ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଦେବାନନ୍ଦ ମେହେର ଓ ତାଙ୍କ ଧର୍ମପତ୍ନୀ ହେମନ୍ତୀ ମେହେର କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି। ଏହି ଅବସରରେ ପ୍ରତ୍ୟହ ଭଜନ କୀର୍ତ୍ତନ ଆଦି କାର୍ଯକ୍ରମ ମାନ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରତିଷ୍ଠା କମିଟିର କର୍ମକର୍ତ୍ତାଙ୍କ ସୂତ୍ରରୁ ପ୍ରକାଶ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS