BREAKING
Loading...
:

ଏନଆରଜିଏସ ଯୋଜନା ଅନ୍ତର୍ଗତ ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର

 ଏନଆରଜିଏସ ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ସଭା ଗୃହରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ  ଅତିରିକ୍ତ ନିର୍ବାହୀ ଅଧିକାରୀ ଆଲବର୍ଟ ଲାକ୍ରା ,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ,ବିଡ଼ିଓ ପ୍ରିତିବାଳା ରଣା, ସହକାରୀ ଯନ୍ତ୍ରୀ ଅଜିତା ପ୍ରିୟଦର୍ଶିନୀ , ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଏପିଇଓ ଇତିଶ୍ରୀ ଦାଶ,ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବଳିୟାର ସିଂ,ଅମ୍ବୁସ ମ୍ୟାନ ଗିରିଶ ଚନ୍ଦ୍ର ଦାଶ, ପ୍ରମୁଖ ମଞ୍ଚାସୀନ ଥିଲେ । ୫୫ ଜଣ ୧୦୦ ଦିନର କାର୍ଯ୍ୟ ପୂରଣ କରିଥିବା ବେଳେ ୬୦୭ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି ଏବଂ ୬୯୧ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ବୋଲି ଏପିଇଓ ଜଣାଇଥିଲେ । ଅଧିକାରୀ ମାନେ ସମସ୍ତ କାର୍ଯ୍ୟ ତଦାରଖ କରିବା ସହିତ କିଭଳି ଅଧିକରୁ ଅଧିକ ଶ୍ରମିକ ନିୟୋଜିତ ହୋଇପାରିବେ ସେ ସମ୍ପର୍କରେ ଦୃଷ୍ଟି ଦେବାକୁ ଅମ୍ବୁସ ମ୍ୟାନ ପ୍ରକାଶ କରିଥିଲେ । ମନରେଗାରେ ଅଧିକ ପ୍ରକଳ୍ପ କିଭଳି ଗାଁ ଗୁଡ଼ିକରେ ହୋଇପାରିବ ସେଥିପାଇଁ ଲୋକପ୍ରତିନିଧି ମାନେ ଚେଷ୍ଟା କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ‌ । 

ବନବିଭାଗ, କୃଷି ବିଭାଗ ଏବଂ ଉଦ୍ୟାନ ବିଭାଗର ଅଧିକାରୀମାନଙ୍କର ମନରେଗା ଯୋଜନାରେ ଦାୟିତ୍ବ ଅଧିକ ବୋଲି ସାମାଜିକ ସମୀକ୍ଷକ ପ୍ରକାଶ କରିଥିଲେ । ଏହି ଯୋଜନାରେ ଯେଉଁ ମାନେ କାମ କରୁଛନ୍ତି ସେମାନଙ୍କର ଯାହା ବି ଅଭିଯୋଗ ଅଛି ସେମାନେ ରୋଜଗାର ଦିବସରେ ଅଭିଯୋଗ କରିପାରିବେ ବୋଲି ସେ ଜଣାଇଥିଲେ । ୮୫ଟି ଅଭିଯୋଗ ହସ୍ତଗତ ହୋଇଥିବା ସାମାଜିକ ସମୀକ୍ଷକ ମତ ଦେଇଥିବା ବେଳେ ସମସ୍ତ ଅଭିଯୋଗର ସମୀକ୍ଷା କରାଯାଇ ସଂପୃକ୍ତ ଅଧିକାରୀ ମାନଙ୍କୁ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, ଲୋକପ୍ରତିନିଧି,ବ୍ଳକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ସଭାକୁ ଆସୁନଥିବାରୁ ଅଧିକାରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ । ଯେଉଁ ଅଧିକାରୀ ମାନେ କୈାଣସି କାର୍ଯ୍ୟ ଠିକରେ କରିନାହାନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲିି ଅତିରିକ୍ତ ନିର୍ବାହୀ ଅଧିକାରୀ ନିର୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS