BREAKING
Loading...
:

ଅନ୍ଧାରୁଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ -ପିତୃ ପୂଜନ ଉତ୍ସବ

 ଅନ୍ଧାରୁଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ -ପିତୃ ପୂଜନ ଉତ୍ସବ 

ବାଙ୍କୀ (ମାନସ ରଞ୍ଜନ ସାହୁ) ବାଙ୍କୀ ବ୍ଲକ  ଅନ୍ତର୍ଗତ ଅନ୍ଧାରୁଆ ଗ୍ରାମସ୍ଥ ଆଦର୍ଶ ଶିକ୍ଷା ଅନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବିଦ୍ୟାଳୟ ପରିସରରେ ମାତୃ -ପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ପ୍ରଵକ୍ତା ପଣ୍ଡିତ ବୀରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶ୍ରି ବଚନ ପ୍ରଦାନ କରିଥିଲେ l 

ବକ୍ତା ଭାବେ କଳାପଥର କେନ୍ଦ୍ର ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ସଞ୍ଚଳିକା ବ୍ରହ୍ମା କୁମାରୀ ଯାଜ୍ଞସେନୀ ଭଉଣୀ ପ୍ରତିଦିନ ସକାଳୁ ସନ୍ଧ୍ୟାରେ ମା' ବାପାଙ୍କ ଚରଣ ଛୁଇଁ ଆଶ୍ରିବାଦ ଭିକ୍ଷା କରିବାକୁ କହିଥିଲେ l ଶତାଧିକ ଝିଅ ପୁଅ ସେମାନଙ୍କ ମାତା ପିତାଙ୍କୁ ଫୁଲ ଚନ୍ଦନ ଦେଇ ମିଠା ଖୁଆଇ ପୂଜନ କରିଥିଲେ l ଏହି କାର୍ଯ୍ୟକ୍ରମ ର ସଭାପତି ରମେଶ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଫୁଲ ସେନାପତି ଏବଂ ପ୍ରଧାନ ଆଚାର୍ଯ୍ୟ ଉର୍ମିଳା ଵାଲା ସ୍ୱାଇଁ ମାତୃ ପିତୃ ପୂଜନ ଦିବସର ଉଧେଶ୍ୟ ପଠନ କରିଥିଲେ l ଶିକ୍ଷକ ବଟକୃଷ୍ଣ ବାରିକ ସଂଯୋଜନା କରିଥିଲେ l

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS