BREAKING
Loading...
:

ଜାନୁଆରୀ ୧୮ରେ ଘଟିବ ମହାଜାଗତିକ ଦୃଶ୍ୟ, ଖାଲି ଆଖିରେ ଦେଖିପାରିବେ ଶୁକ୍ର ଓ ଶନିଙ୍କ ଗ୍ରହର ମିଳନ

 ଜାନୁଆରୀ ୧୮ରେ ଘଟିବ ମହାଜାଗତିକ ଦୃଶ୍ୟ, ଖାଲି ଆଖିରେ ଦେଖିପାରିବେ ଶୁକ୍ର ଓ ଶନିଙ୍କ ଗ୍ରହର ମିଳନ

କଟକ (ମାନସ କୁମାର ସାହୁ) ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଲାଗିବ ଦୌଡ଼ ପ୍ରତିଯୋଗିତା। ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ। ଜାନୁଆରୀ ୧୮ରେ ଶୁକ୍ର ଓ ଶନି ଗ୍ରହର ହେବ ମହାମିଳନ। ଖାଲି ଆଖିରେ ଦେଖିହେବ ଦୁଇ ଗ୍ରହଙ୍କ ଦୌଡ଼ ଓ ମିଳନର ଅପୂର୍ବ ଦୃଶ୍ୟ। ଏବେ ଶୁକ୍ରର ବେସ୍ ଉପରେ ଦୃଶ୍ୟମାନ ହେଉଛନ୍ତି ଶନି ଗ୍ରହ। ଆଗକୁ ଗ୍ରହ ଦୁଇଟି ମଧ୍ୟରେ ଦୂରତା କମିବ। ୧୮ ତାରିଖ ସନ୍ଧ୍ୟାରେ ଦୁହେଁ ନିକଟତର ହେବେ। ପ୍ରାୟ ୨ ଘଣ୍ଟା ଧରି ଦୁଇ ଗ୍ରହ ପାଖାପାଖି ଦେଖାଯିବେ। ଏହାପରେ ଶନି ତଳକୁ ତଳକୁ ଯାଇ ଶୁକ୍ରଙ୍କ ଠାରୁ ଦୂରେଇ ଯିବେ।କିଛି ଗ୍ରହ ଆକାଶରେ ଏକ ସମୟରେ ଦେଖାଯାନ୍ତି।ଏହାକୁ ଗ୍ରହ ସମାବେଶ ବା ପ୍ଲାନେଟ୍ ପରେଡ୍ ବୋଲି କୁହାଯାଏ। ଚାରୋଟି ଗ୍ରହ ବର୍ଷକୁ ଥରେ ଅଳ୍ପ ଦିନ ପାଇଁ ଏକା ସମୟରେ ଦେଖାଯାଏ। ପାଞ୍ଚଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗ୍ରହ ପ୍ରାୟ ୧୭୦ ବର୍ଷରେ ଏକା ସମୟରେ ଦେଖାଯାଏ।ଏହି ସୁନ୍ଦର ମହାଜାଗତିକ ଘଟଣା ମେଘମୁକ୍ତ ଥିବା ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ। କାହା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ମଣିଭଦ୍ରା ଖବର,କଟକ

Post a Comment

أحدث أقدم
Header ADS