BREAKING
Loading...
:

ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ଦେଲେ ୨୧୦ ଜଣ ଛାତ୍ର ଛାତ୍ରୀ

 ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ଦେଲେ ୨୧୦ ଜଣ ଛାତ୍ର ଛାତ୍ରୀ 

ଗଣିଆ( ମଣିଭଦ୍ରା ଖବର) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଳକର ୮ଟି ପଞ୍ଚାୟତର ପ୍ରାୟ ୨୧୦ ଜଣ ଛାତ୍ର ଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ୨୧୭ ଜଣ ପରୀକ୍ଷାର୍ଥୀ ପୂର୍ବରୁ ଆବେଦନ କରିଥିବା ବେଳେ ଆଜି ୭ ଜଣ ଅନୁପସ୍ଥିତ ଥିବା ଜଣାପଡିଛି । ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ସୂଚାରୁରୂପେ ସମ୍ପାଦନ କରିଥିବା ବେଳେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS